ବିଶ୍ବ ଫାର୍ମାସିଷ୍ଟ ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ।
ଲାଞ୍ଜିଗଡ ( ଭଞଦୂତ ନି:ପ୍ର)(ଈଶ୍ବର ଚନ୍ଦ୍ର ନାୟକ ) କଳାହାଣ୍ଡି ଜିଲ୍ଲାର ସମସ୍ତ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ତଥାପି ଲାଞ୍ଜିଗଡ ରୋଡ ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପ୍ରବଳ ବର୍ଷା ଚାଲିଥିଲେ ମଧ୍ଯ ଏ ଅଞ୍ଚଳର ସ୍ବେଚ୍ଛାସେବୀମାନେ ନିଜର ନିଜର ବ୍ଯବସ୍ଥା କରି ଶିବିରରେ ପହଞ୍ଚି ରକ୍ତଦାନ କରିଛନ୍ତି। ଉକ୍ତ ଶିବିରକୁ ଲାଞ୍ଜିଗଡ ରୋଡ ସ୍ବାସ୍ଥ୍ୟକେନ୍ଦ୍ରର ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ ଓ ସମସ୍ତ କର୍ମଚାରୀ ତଥା ସଦରମହକୁମା ଭବାନୀପାଟଣା ବ୍ଲଡ ବ୍ଯାଙ୍କର କର୍ମଚାରୀମାନେ ସୁନ୍ଦର ଭାବରେ ପରିଚାଳନା କରିଛନ୍ତି। ସମୁଦାୟ
30 Unit (ୟୁନିଟ) ରକ୍ତ ସଂଗ୍ରହ ହୋଇଥିଲା । ବର୍ଷା ପ୍ରକୋପ ନ ହୋଇ ଥିଲେ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇ ପାରିଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।
