କୋରାପୁଟ ର ବନ୍ୟାଞ୍ଚଳ ରେ ମୋହନ ମାଝୀ l
ଆଜି ଦିନିକିଆ କୋରାପୁଟ ଗସ୍ତ ରେ ରାଜ୍ୟ ମୂଖ୍ୟ ମନ୍ତ୍ରୀ ମୋହନ ମାଝୀ ଆସି କୋଟପାଡ଼ ଅଞ୍ଚଳ ଗସ୍ତ କରି ବନ୍ୟା ପୀଡିତ ଅଞ୍ଚଳ ବୁଲି ଦେଖିବା ସହ ସେଠାକାର ଅଞ୍ଚଳ ବାସୀ ଙ୍କୁ ମିଶି ତାଙ୍କର ସୁବିଧା ଅସୁବିଧା ବିଷୟରେ ଅବଗତ ହୋଇଥିଲେ ଓ ଓ ତାଙ୍କୁ ଆଶ୍ବସନା ବି ଜଣାଇଥିଲେ ସେହିପରି କ୍ଷୟକ୍ଷତି ର ରିପୋର୍ଟ ମିଳିବା ପରେ କ୍ଷତି ପୂରଣ ଦିଆଯିବ ବୋଲି ବି କହିଥିଲେ ତାଙ୍କର ଏହି ଗସ୍ତ ସମୟ ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକାରପାଟିଲ ତାଙ୍କ ସହ ଆସିଥିବା ବେଳେ ସବୁଠୁ ବଡ଼ କଥା ହେଲା ଏକ ବୋଟ ରେ ଯାଇ କ୍ଷତିଗ୍ରସ୍ତ ଙ୍କୁ ଭେଟିଥିଲେ l ସୂଚନା ଯୋଗ୍ୟ ଗଭୀର ଅବପାତ ସମୟରେ ରାଜ୍ୟ ପଂଚାୟତ ମନ୍ତ୍ରୀ କୋରାପୁଟ ରେ ରହି ସ୍ଥିତି କୁ ପରଖି ଥିବାବେଳେ ଆଜି ରାଜ୍ୟ ମୂଖ୍ୟ ମନ୍ତ୍ରୀ ଙ୍କ ଗସ୍ତ କୋରାପୁଟ ବାସୀ ଙ୍କ ମନ ରେ ଅlସାର ସଂଚାର ସୃଷ୍ଟି ହୋଇଛି l ତାଙ୍କର ଗସ୍ତ ସମୟ ରେ ଜିଲ୍ଲା ପାଳ ଜନପ୍ରତିନିଧି ସମେତ ସରକାରୀ ଅଫିସର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ l କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
