*ପ୍ରବାସୀ ଶ୍ରମିକ ରୂପେ କାର୍ଯ୍ୟ ରେ ଯାଇ ଶ୍ରମିକଙ୍କୁ ହତ୍ୟା କରିଥିବା ପରିବାର ପକ୍ଷ ରୁ ଅଭିଯୋଗ, କୋମନା ଥାନା ରେ ଲିଖିତ ଅଭିଯୋଗ*
ନୂଆପଡା(ମିଖାଏଲ ନନ୍ଦ) ତା୨୬.୦୯.
ନୂଆପଡ଼ା ଜିଲ୍ଲା ରେ ପ୍ରବାସୀ ଶ୍ରମିକଙ୍କ ଜୀବନ ଦୁଃଖଦ ହେବା ଘଟଣା ପୁଣି ସାମ୍ନାକୁ ଆସିଛନ୍ତି। ବର୍ତ୍ତମାନ ଶ୍ରମିକ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ କାମ କରିବାକୁ ଯାଇ ତାହାର ଶିକାର ହୋଇଥିବା ପରିବାର ଲୋକେ ଅଭିଯୋଗ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କୋନାବିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଲାଇଅଞ୍ଜର ଗ୍ରାମର ଏକ ଅଭାବନୀୟ ଘଟଣା। ୨୬ ବର୍ଷର ଯୁବକ ଜିଲ୍ଲା ବାହାର କୁ କାମ କରିବାକୁ ଯାଇ ସନ୍ଦେହ ଜଣକ ମୃତ୍ୟୁ ହୋଇଅଛି। ବିଲାଇଅଞ୍ଜର ଗ୍ରାମର ରଧାରାମ ନିଆଁଲା ପିତା ଲୁ ନିଆଁଲ ଙ୍କ ପୁତ୍ର ଟନେଶ୍ୱର୍ ନିଆଁଲ ୨୬ ବର୍ଷ କାମ କରିବାକୁ ଗେଟ ୧୯.୦୯.୨୦୨୬ ରେ ବଲାଙ୍ଗୀର ଜିଲ୍ଲା ଘୁନେଶ ଗ୍ରାମର ଲାଲ ମନ୍ ଠେଲା ଏବଂ ଡୁମାମଡା ଗ୍ରାମର ଦୁଃଖୀ ଶ୍ୟାମ ବାଗ ମିଳିତ ରୂପେ ଆନ୍ଧ୍ରପ୍ରଦେଶ ନେଇଥିବା ବେଲେ ତାଙ୍କ ବାପାଙ୍କୁ ଫୋନ୍ ଯୋଗେ ତାଙ୍କ ପୁଅ ଙ୍କୁ ଟ୍ରେନ୍ ରେ ଘରକୁ ଫେରାଇ ଦେବାକୁ ବସାଇ ଦେଇଥିବା କହିଥିଲେ। କିନ୍ତୁ ଅପରପକ୍ଷେ କୋମନା ଥାନା ପକ୍ଷ ରୁ ତାଙ୍କ ପୁଅ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ। ଦୁଇ ଗୋଟି କଥା ଭିନ୍ନ ରୂପ ନେଉଥିବା ବେଳେ ପ୍ରବାସୀ ଶ୍ରମିକ ସନ୍ଦେହ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଆଜି ପ୍ରବାସୀ ଶ୍ରମିକ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ନେଇ ଗ୍ରାମବାସୀ ମାନେ କୋମନା ବିଲେଇଅଞ୍ଜର ଠାରେ ୩୫୩ ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ମୃତକ ପରିବାରଙ୍କୁ ଆବଶ୍ୟକ ସହାୟତା ପ୍ରଦାନ, ମୃତକ ବୁକ୍ତିଙ୍କୁ ଆଇନ ଗତ ନ୍ୟାୟ ପ୍ରଦାନ ନେଇ ରାସ୍ତାରୋକ କରିଛନ୍ତି।
