ଦେଓଗଡ଼ ଜିଲ୍ଲା ବୁଢାପାଳ ଅଞ୍ଚଳର ନୂଆପଡ଼ା ସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କୃତ୍ରିମ ତେଲ ସଙ୍କଟ ସୃଷ୍ଟି କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ସାଧାରଣ ଗ୍ରାହକମାନଙ୍କୁ ନିର୍ଦ୍ଧାରିତ ସୀମାରେ ତେଲ ଦିଆଯାଉଛି। Bike ପାଇଁ କେବଳ ୧୦୦ ଟଙ୍କା ଓ Car ପାଇଁ 1000 ଟଙ୍କା ପର୍ଯ୍ୟନ୍ତ ତେଲ ଦିଆଯାଉଥିବା ବେଳେ, ତାଠାରୁ ଅଧିକ ତେଲ ଦେବାକୁ ମନା କରାଯାଉଛି।
ଯେତେବେଳେ ରାଜ୍ୟ ସରକାର ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ଯେ ରାଜ୍ୟରେ ତେଲର କୌଣସି ଅଭାବ ନାହିଁ, ସେତେବେଳେ ଏପରି ମନମାନି ନିୟମ ଲାଗୁ କରି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଯାଉଛି। ଏହା ଫଳରେ ଲୋକମାନଙ୍କ ମଧ୍ୟରେ ଅନାବଶ୍ୟକ ଭୟ, ଅସ୍ଥିରତା ଓ ଅସନ୍ତୋଷ ସୃଷ୍ଟି ହେଉଛି।
ଏହି ଘଟଣାର ତୁରନ୍ତ ତଦନ୍ତ କରି ଯଦି କୌଣସି ଅନିୟମିତତା ପାଇଯାଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ গ্ৰହଣ କରାଯାଉ। ସହିତ ସାଧାରଣ ଲୋକଙ୍କୁ ନିୟମିତ ଓ ସୁଚାରୁ ଭାବେ ତେଲ ଯୋଗାଣ ସୁନିଶ୍ଚିତ କରିବାକୁ ନିବେଦନ କରୁଛୁ।
