*ଖଡିଆଳ ମିଶନ ଠାରେ ନବନିର୍ମାଣ କୃଷକ ସଂଘ ପକ୍ଷ ରୁ ଓଡ଼ିଶା ବନ୍ଦ କୁ ସଫଳ କରିବା ନେଇ ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ ଅବରୋଧ ବେଳେ ଖଡିଆଳ ପୋଲିସ ଆସି ଜାତୀୟ ରାଜପଥ ଅବରୋଧ କୁ ହଟାଇଥିଲେ।, ଗାଡ଼ି ଚଳାଚଳ ସ୍ଵାଭାବିକ କରିଥିଲେ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୮.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ମିଶନ ଠାରେ ନବନିର୍ମାଣ କୃଷକ ସଂଘ ପକ୍ଷ ରୁ ଓଡ଼ିଶା ବନ୍ଦ କୁ ସଫଳ କରିବା ନେଇ ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ ଅବରୋଧ କରୁଥିବା ବେଳେ ଖଡିଆଳ ପୋଲିସ ଆସି ଯାତାୟତ କୁ ସ୍ଵାଭାବିକ କରିଛନ୍ତି। ରାଜପଥ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଅଛି। ଭାରି ଯାନ, ବସ ସେବା ଛୋଟ ଯାନବାହାନ ଚଲା ଚଲ କରୁଅଛି। କିନ୍ତୁ ଅନ୍ୟ ପକ୍ଷ ରେ ଆନ୍ଦୋଳନ କାରି ମାନେ ରାଜପଥ ରେ ଅବରୋଧ ପାଇଁ ପ୍ରସ୍ତୁତ ଅଛନ୍ତି। ସଭାପତି ର ଅପେକ୍ଷା ରତ। ମିଶନ ଠାରେ ଅଟକି ରହିଥିବା ସମସ୍ତ ଯାନବାହାନ ଯାତାୟତ କରିଥିଲା। ।ଧାନ ମଣ୍ଡି ରେ ଅବ୍ୟବସ୍ଥା, ପ୍ରଦ୍ୟୁଷଣ ନାମ ରେ ଜନତା ଙ୍କ ଠାରୁ ଅର୍ଥ ଆଦାୟ, ଟାଟା ପାୱାର କମ୍ପାନୀ ଦ୍ଵାରା ସ୍ମାର୍ଟ ମିଟର ନାମରେ ଶୋଷଣ, କୃଷି ମନ୍ତ୍ରୀଙ୍କ ମନ୍ତବ୍ୟ ବିରୁଦ୍ଧରେ ଜାତୀୟ ରାଜପଥ ରେ ଅବରୋଧ କରିଥିଲେ। ଯାତ୍ରୀ ମାନଙ୍କ ସମସ୍ୟା ଦୃଷ୍ଟି ରୁ ଅବରୋଧ କରିବା ମନା କରିଥିଲେ ଖଡିଆଳ ଥାନା ଅଧିକାରୀ ସୁମନ୍ତ ନାଏକ।
