ବରୁଣେଶ୍ୱର ମନ୍ଦିର ଚତୃପାର୍ଶ୍ଵ ଅପରିଷ୍କାର କୁ ନେଈ ଜନ ଅସନ୍ତୋଷ
ଦଶରଥପୁର/୨୯/୦୧(ଭଞ୍ଜଦୂତ :ନିପ୍ର )ଉତ୍ତମ କୁମାର ଦାସ
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାବା ବରୁଣେଶ୍ୱର ସୈବ ପୀଠ କାହିଁ କଉ କାଳରୁ ଏହି ସୈବ ପୀଠ ଅଟେ | ଏଠାରେ ମକର ମେଳା ଉପଲକ୍ଷେ ବହୁ ଆଡମ୍ବର ପାଳିତ ହୋଇ ଥାଏ | ଜାନୁଆରୀ ୧୪ରୁ ଆରମ୍ଭ ହୋଇ ୨୨ ତାରିଖରେ ସରେ | କେତେ ଯେ ଦୁର ଦୁରାନ୍ତରୁ ଦୋକାନୀ ଏବଂ ଭକ୍ତ ସବୁ ଆସିଥାନ୍ତି | ଏହି ମେଳାରେ ୫ ଟି ଅପେରା ପାଟି ମଧ୍ୟ ପଡେ | ହଜାର ହଜାର ଦର୍ଶକ ଙ୍କର ସମାଗମ ଦେଖିବାକୁ ମିଳେ | ଏହି ବାବା ଙ୍କ ମନ୍ଦିର ଅରେଇ ଗ୍ରାମରେ ଅନ୍ତରଭୁକ୍ତ ଥିବାରୁ | ଏଠିକାର ସରପଞ୍ଚ ଏହି ମେଳାର ଦାଇତ୍ୱ ଭାର ତୁଲାନ୍ତି | କିନ୍ତୁ ଏଥର ସରପଞ୍ଚ ସ୍ମୁତି ରେଖା ମଲ୍ଲିକ ଙ୍କର ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା | ମେଳା ରେ ଦୋକାନୀ ମାନଙ୍କ ଠାରୁ ମୋଟା ଅଙ୍କ ର ଆଦାୟ କରି ମାଲେମାଲ ହୋଉଥିବା ସରପଞ୍ଚ ଭୁଲି ଗଲେ ମେଳା ପରର ପରିସ୍ଥିତିକୁ। ଆଜକୁ ପାଞ୍ଚ ଦିନ ହୋଇଗଲାଣି ମେଳା ଶେଷ ହୋଇଥିବା ବେଳେ | ହେଲେ ଅଳିଆ ଆବର୍ଜନା ରେ ଆଜିବି ମେଳା ପଡିଆ କଥା କୁହ କି ମନ୍ଦିର ଭିତରେ ଥିବା ପୋଖରୀ ସବୁଆଡେ ଏତେ ଅଳିଆ ଅବର୍ଜନା ଭରାଯେ ଦୂରଗନ୍ଧ ରେ ମନ୍ଦିର କୁ ଆଜି ବି ଜଣେ ଭକ୍ତ ଯିବାପାଇଁ ସଂକୋଚ କରୁଛି। ଯୋଉ ସରପଞ୍ଚ ମେଳା ରେ ଥିବା ନମୋ ଟି ଷ୍ଟଲ ରେ ହଂଗାମା କରୁଥିଲେ ତାଙ୍କୁ କଣ ଏସବୁ ଦେଖା ଯାଉନାହିଁ। ଦଳିଅ ସ୍ୱାର୍ଥ ରେ ଅନ୍ଧ ଏ ସରପଞ୍ଚ ଆଜି କାହିଁକି ଚୁପ ଅଛନ୍ତି। ମେଳା ରୁ ଆଦାୟ ଟଙ୍କା କୁଆଡେ ଯାଉଛି। କାହଁକି ଆଜି ଯାଇ ଏ ଅବସ୍ଥା ରେ ବାବା ବରୁଣେଶ୍ୱର ଙ୍କୁ ରଖା ଯାଉଛି। ଜନତା ତାର ଜବାବ ମାଗୁଛି।
