*ଖଡ଼ିଆଳ ବ୍ଲକ ସରଗାଦି ଠାରେ ମାଁ ମାଉଲି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ।*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ରିସିଗାଁ ପଂଚାୟତର ସରଗାଦି ଠାରେ ଚତୁର୍ଥ ମାଁ ମାଉଲି କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି |ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରିସିଗାଁ ସରପଞ୍ଚ ବିରଞ୍ଚି ନାଗ ଫିତାକାଟି ଉଦଘାଟନ କରିଥିଲେ |ସେହିପରି ସମ୍ମାନିତ ଅତିଥି ଭାବରେ ଗାଁର ଗହଟିଆ ରୁଦ୍ରପ୍ରାତପ ସିଂ ବାବୁ, ନାଏବ ସରପଞ୍ଚ ଦିକପାଳ ଶବର, ୱାର୍ଡ ମେମ୍ବର ଦେବରାଜ ବାଗ, ଝାଙ୍କର ପୁଷ ଭୋଇ, ସମାଜସେବି, ମକ୍ରନ ତାଣ୍ଡି, କିସାନଲାଲ ତାଣ୍ଡି, ବଳଭଦ୍ର ତାଣ୍ଡି, କୁନୁ ଦୁର୍ଗା, ଗୁଡୁ ତାଣ୍ଡି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ|
ଏହି ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି |ଦିନକୁ ଦୁଇଟି ମ୍ୟାଚ ଖେଳାଯାଉଥିବା ବେଳେ ପ୍ରଥମ ମ୍ୟାଚରେ ତୁକୁଲା ୟଙ୍ଗଷ୍ଟାର ଓ ମୁକ୍ତାପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା |ପ୍ରଥମେ ତୁକୁଲା ଦଳ ବ୍ୟାଟିଂ କରି ୧୦ ଓଭର ରେ ୨୦୯ ରନ କରିଥିବା ବେଳେ ମୁକ୍ତାପୁର ଦଳ ୮ଓଭର ରେ ୧୧୦ ରନ କରି ବିଜୟୀ ହୋଇଥିଲା |ଦ୍ଵିତୀୟ ମ୍ୟାଚ ତୁକୁଲା ଓ ପିପଲମୁଣ୍ଡା ମଧ୍ୟରେ ହୋଇଥିଲା ।ପିପଲମୁଣ୍ଡା ଦଳ ବାର ଓଭର ରେ ୮ଉଇକେଟ ହରାଇ ୧୨୩ ରନ କରିଥିବା ବେଳେ ତୁକୁଲା ଦଳ ୭.୩ଓଭର ରେ ୩ ଉଇକେଟ ହରାଇ ୧୨୬ ରନ କରି ବିଜୟୀ ହୋଇଥିଲା | ଆଜିର ମ୍ୟାଚ୍ ରେ ଖେଳ ପରିଚାଳନା କରିଥିଲେ ଆଲୋକ ବାଗ ଓ ରୋମାଞ୍ଚଳ ଭୋଇ। ଧାରା ବିବରଣୀ କରିଥିଲେ ନବୀନ ଜଗତ ଓ ସଞ୍ଜୟ ବାଗ। ସ୍କୋର ବୋର୍ଡରେ ଦାୟିତ୍ଵ ନିର୍ବାହ କରିଥିଲେ ପୂର୍ଣ୍ଣଚନ୍ଦ୍ର ବାଗ |ସଭାପତି ସତ୍ୟବାନ ତାଣ୍ଡି,ସମ୍ପାଦକ ଆଲୋକ ବାଗ, ପିଣ୍ଟୁ ବାଗ, ଓମ ଦୁର୍ଗା, ଦୀନେଶ ଦୁର୍ଗା, ଆକାଶ ଦୁର୍ଗା,ଚୂମବନ ତାଣ୍ଡି, ଚିକୁ ବାଗ, ମନଫୁଲ ଠେଲା, ମୁକୁନ୍ଦ ଶବର, ପୂର୍ଣ୍ଣଚନ୍ଦ୍ର ବାଗ ସିମନ ଶବର ପ୍ରମୁଖ ସହଯୋଗ କରିଥିଲେ |
