*ନୂଆପଡ଼ା ଜିଲ୍ଲା ପାଁୱାରତୋଳା ଗାଁରେ ଅଘଟଣ, ସଡକ ରେ ଚାଲୁଥିବା ଚାରି ଚକିଆ ଯାନ ହୁ ହୁ ହୋଇ ଜଳିଗଲା, କାର ରେ ଥିବା ଦୁଇ ଜଣ ଗୁରୁତର*
ନୂଆପଡା (ମିଖାଏଲ ନନ୍ଦ)
ତା:୨୭.୦୧.
ନୂଆପଡ଼ା ଜିଲ୍ଲା ପାଁୱାରତୋଳା ଗାଁରେ ଅଘଟଣ, ସଡକ ରେ ଚାଲୁଥିବା ଚାରି ଚକିଆ ଯାନ ହୁ ହୁ ହୋଇ ଜଳିଗଲା, କାର ରେ ଥିବା ଦୁଇ ଜଣ ଗୁରୁତର ହେବା ଜଣାପଡିଛି। କାର ଜାଳିବା କାରଣ ଅସ୍ପଷ୍ଟ ଥିବା ବେଳେ କର ରେ ବସିଥିବା ବ୍ୟକ୍ତି ଉଦ୍ଧାର ହୋଇଥିଲେ। ନୂଆପଡା ପାଁୱାରତୋଳା ଗାଁରେ ଛତିଶଗଡ ଅଂଚଳର ଦୁଇ ଜଣ ବ୍ୟକ୍ତି ନୂଆପଡା ଆସିଥିବା ବେଳେ କାର ରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣା ରେ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ଅନ୍ୟ ଜଣେ ଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରି ଚିକତ୍ସାଲୟରେ ଭର୍ତି କରାଯାଇଛି। ତଦନ୍ତ ଚାଲିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
