ମୁକ୍ତ ବିଚାର ମଞ୍ଚର 63 ତମ ମାସିକ ଆଲୋଚନା ଚକ୍ର
ନୂଆପଡା (ମିଖାଏଲ ନନ୍ଦ)
ତା -୨୭-୦୧
ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ଆନୁକୂଲ୍ୟରେ ପ୍ରତି ମାସ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ। ଏହି କ୍ରମରେ ରବିବାର 25.1.26 ତାରିଖ ଦିନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥର ମଞ୍ଚ ଯାଇଥିଲା ବଲାଙ୍ଗୀର ଜିଲ୍ଲାର ଲାଠୋର ସହରକୁ। ବିଶେଷ ଆୟୋଜନ ଥିଲା ମହିୟସୀ ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ମାସ ଉପଲକ୍ଷେ। ଆୟକର ଅଯୁକ୍ତ ଶ୍ରୀକାନ୍ତ ଚଟର୍ଜୀ ଏହି ସଭାରେ ସଭାପତିତ୍ୱ କରିଥିଲେ। ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିର ଅଧ୍ୟାପକ ଜିତେନ୍ଦ୍ର ସୁନା ମଞ୍ଚ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ ଲୋହିତାକ୍ଷ ଯୋଶୀ ଓ ଶିକ୍ଷୟିତ୍ରୀ ନୀଳିମା ରାଣୀ ସାଗର
ଆଲୋଚ୍ୟ ବିଷୟରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ବୈଠକରେ ଖଡ଼ିଆଳ ତଥା ଲାଠୋର ସହରର ବହୁସଂଖ୍ୟକ ବୁଦ୍ଧିଜୀବୀ, ଛାତ୍ର/ଛାତ୍ରୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ। ଅଧ୍ୟାପକ ସାମୁଏଲ ଦାନୀ, ସର୍ବଶ୍ରୀ କାର୍ତ୍ତିକ ବାଗ,ନନ୍ଦ କିଶୋର ପ୍ରଧାନୀ, ଭଗତ ସିଂହ, କିଶୋର ବାଗ, ଆଦିତ୍ୟ ପଣ୍ଡା, ଶଶୀକାନ୍ତ ଖମାରି, ଛନ୍ଦାଚରଣ ଦଣ୍ଡସେନା, ଭାନୁ ସୁନାନୀ, ଠାକୁର ଦାସ ମହାନନ୍ଦ
ପ୍ରମୁଖ ଖଡ଼ିଆଳରୁ ତଥା ଅନେକ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଲାଠୋରରୁ ଉପସ୍ଥିତ ଥିଲେ। ଶ୍ରୀ
ସୁଶାନ୍ତ ବିଶି ଧନ୍ୟବାଦ ପ୍ରଦାନ କରିଥିଲେ।
