*ଡୁଆଝର ଶିବ ମନ୍ଦିର ପରିସରରେ ହିନ୍ଦୁସମ୍ମିଳନୀ ଅନୁଷ୍ଠିତ*
ଖଡ଼ିଆଳ(ମିଖାଏଲ ନନ୍ଦ)
୨୫/୧:
ହିନ୍ଦୁ ସମାଜର ଆତ୍ମ ଶକ୍ତିର ଜାଗରଣ ତଥା ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତିକ ହିନ୍ଦୁ ସମ୍ମିଳନୀ ଆଜି ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସମିତିର କୋଷାଧ୍ୟକ୍ଷ ତଥା ଡୁଆଝର ଶିଶୁ ମନ୍ଦିରର ସଭାପତି ଶ୍ରୀ ହେରମ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଶ୍ରୀ ସଜ୍ଜନ କୁମାର ଅଗ୍ରୱାଲ (କଳାହାଣ୍ଡି ବିଭାଗ ସେବା ପ୍ରମୁଖ) ଏବଂ ଶ୍ରୀ ଗୌର ଚନ୍ଦ୍ର ଦଣ୍ଡସେନା ଅବସର ପ୍ରାପ୍ତ ଶିକ୍ଷକ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଅକିଞ୍ଚନ ବାରିକ ବିଶ୍ୱହିନ୍ଦୁ ପରିଷଦ ଖଣ୍ଡ ସମରସତା ସଂଯୋଜକ ପ୍ରମୁଖ ଯୋଗଦେଇ ହିନ୍ଦୁତ୍ୱ, ହିନ୍ଦୁଧର୍ମ,, ହିନ୍ଦୁ ଜୀବନ ପଦ୍ଧତି ଓ ରାଷ୍ଟ୍ରର ସୁରକ୍ଷା ପାଇଁ ସମସ୍ତ ହିନ୍ଦୁ ଭେଦଭାବ ଭୁଲି ଏକତ୍ରିତ ହେବାପାଇଁ ଆହ୍ୱାନ ଦେଇଥିଲେ l ସଂଘର କଳାହାଣ୍ଡି ବିଭାଗ ସମ୍ପର୍କ ପ୍ରମୁଖ ଶ୍ରୀ ଗରୁଡ଼େଶ୍ୱର ଗହୀର ହିନ୍ଦୁ ସମାଜରେ ପଞ୍ଚ ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ପୂଜକ ଶ୍ରୀ ଗୋପାଳ ମହାନ୍ତିଙ୍କ ଦ୍ୱାରା ହୋମଯଜ୍ଞ କରାଯାଇ ସଂକୀର୍ତ୍ତନ ମଣ୍ଡଳୀସହ ଗ୍ରାମ ଶୋଭାଯାତ୍ରା ପରେ ମଞ୍ଚ କାର୍ଯ୍ୟକ୍ରମ ରେ ଶ୍ରୀ ବିଭୁତି ଭୂଷଣ ବିଶି ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀ ହେରମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସମିତି ଅଧ୍ୟକ୍ଷ ଯୁବରାଜ ଜଗତ, ଉପ ସଭାପତି ଗୋବର୍ଦ୍ଧନ ମେହେର ସମ୍ପାଦକ ଗିରିଧାରି ପଟେଲ ଗଣେଶ ଗହୀର, ନୃପରାଜ ଶବର, ହରିହର ମେହେର, ରମେଶ ହଂସ,ବହୁ ବିଶିଷ୍ଟ ବ୍ୟକ୍ତି, ଶିଶୁ ମନ୍ଦିର ଗୁରୁଜୀ ଗୁରୁମା ସମେତ ଡୁଆଝର, ନେହେନା ଓ ଶରଧାପୁର ଗ୍ରା. ପ. ର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ l
