*ନୂଆପଡ଼ା ଜିଲ୍ଲା ପରିବହନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର, ମାଗଣା ଚଷମା ବଣ୍ଟନ କରିଥିଲେ* ନୂଆପଡା (ମିଖାଏଲ ନନ୍ଦ)
ତା:୧୯.୦୧.
ନୂଆପଡ଼ା ଜିଲ୍ଲା ପରିବହନ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର, ମାଗଣା ଚଷମା ବଣ୍ଟନ କରିଥିଲେ। ଖଡିଆଳ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଶେଷ କରି ବସ ଚାଳକଙ୍କୁ ତାଙ୍କ ଚକ୍ଷୁ ଚିକିତ୍ସା କରିଥିବା ବେଳେ ଆବଶ୍ୟକ ସ୍ଥଳ ରେ ତାଙ୍କୁ ଚଷମା ବଣ୍ଟନ କରିଛନ୍ତି। ସଡ଼କ ସୁରକ୍ଷା ମାସ ପାଳନ ନେଇ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଅଛି। ଏହାଦ୍ବାରା ସଡ଼କ ସୁରକ୍ଷା ସାଙ୍ଗକୁ ଚାଳକ ଙ୍କ ଚକ୍ଷୁ ମଧ୍ୟ ଠିକ ରୂପେ ଦେଖାଯିବା ଯୋଗୁଁ ଦୁର୍ଘଟଣା ମଧ୍ୟ ହ୍ରାସ ହେବ।
