ତା-୧୬/୧/୨୬
ଦଶରଥପୁର
ଭଞ୍ଜଦୂତ(ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଦଶରଥପୁର ବ୍ଲକ ର ବିକାଶ କିପରୀ ହେବ
ପ୍ରଶାସନ ଓ ରାଜନେତାଙ୍କ ଆନ୍ତରିକତା ଅଭାବ
ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ ୩୫ ଟି ପଞ୍ଚାୟତକୁ ନେଇ ଗଠିତ.ସେଥିମଧ୍ୟରୁ ୨୦ଟି ପଞ୍ଚାୟତ ବିଧାୟିକା ସୁଜାତା ସାହୁ ଙ୍କ ଯାଜପୁର ନିର୍ବାଚ଼ନମଣ୍ଡଳୀ ରେ ଥିବାବେଳେ ଅନ୍ୟ ୧୫ଟି ପଞ୍ଚାୟତ ବିଞ୍ଝାରପୁର ନିର୍ବାଚ଼ନମଣ୍ଡଳୀ ର ବିଧାୟିକ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ନିର୍ବାଚ଼ନମଣ୍ଡଳୀରେ ରହିଛି. ବ୍ଲକ୍ ଟି ବିଭିନ୍ନ ଧର୍ମ ସଂପ୍ରଦାୟର ବ୍ୟକ୍ତି ବସବାସ କରିଥାଆନ୍ତି. ଏ ବ୍ଲକ୍ ରେ ଖଣିଖାଦାନ ଓ କଳକାରଖାନା ନଥିବାରୁ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି.ଦଶରଥପୁର ବ୍ଳକ ବନ୍ୟା ପ୍ରପିଡୀତ ଅଞ୍ଚଳ ଭାବେ ପରିଚିତ. ବର୍ଷ ପରେ ବର୍ଷ ବିତିଥିଲେ ମଧ୍ୟ ଦଶରଥପୁର ବ୍ଲକ ବିକାଶ ର ବହୁ ଦୂରରେ ରହିଛି.ବ୍ଲକ୍ ଉନ୍ନୟନ ଅଧିକାରୀ ଆକାଶ ପଟ୍ଟନାୟକ ଙ୍କ ଦାୟିତ୍ୱ ଥିବା ବେଳେ ତାଙ୍କୁ ପୁଣି ପଡ଼ୋଶୀ ବ୍ଲକ୍ ବିଞ୍ଝାରପୁର ଅତିରିକ୍ତ ଦାୟିତ୍ଵ ଭାର ତୁଲାଉଛନ୍ତି. ବିଞ୍ଝାରପୁର ବ୍ଳକ୍ ଦାୟିତ୍ଵ ନେବା ଠାରୁ ଦଶରଥପୁର ବ୍ଲକ ବିକାଶଧାରା ଏକ ପ୍ରକାର ଠପ୍ ହୋଇଯାଇଛି. ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସରକାରୀ ବାସ ଗୃହ ମିଳିଥିବା ବେଳେ ସେଠାରେ ନ ରହି ବ୍ଲକ୍ ଠାରୁ ୧୦ କି.ମି ଦୂର ଯାଜପୁର ଠାରେ ଘରଭଡ଼ା ନେଇ ରହୁଛନ୍ତି. ଜନସାଧାରଣ କୌଣସି କାର୍ଯ୍ୟ କରିବାକୁ ଆସିଲେ ପ୍ରାୟ ଅଧିକାଂଶ ସମୟ ବିଡ଼ିଓ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି. ସେଥିପାଇଁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି. ବ୍ଲକ୍ ରେ ବିଭିନ୍ନ ସରକାରୀ ଯୋଜନା ସବୁ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳିଛି. ପ୍ରଶାସନ କର୍ତ୍ତୃପକ୍ଷ ଓ ରାଜନେତା ମାନଙ୍କ ଚ଼ରମ ଅବହେଳା ସହ ଖାମଖିଆଲ ନିତୀ ଯୋଗୁଁ ବିକାଶ ରେ ବାଧା ସୃଷ୍ଟି ହେଉଛି. ଯାହାକୁ ନେଇ ବୁଦ୍ଧିଜୀବିଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି. ବ୍ଲକ୍ କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯିବା ସହ ଉପେକ୍ଷା କରାଯାଉଥିବା ଚ଼ର୍ଚ୍ଚା ହେଉଛି. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଉଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଲୋକେ ସଠିକ୍ ଭାବରେ ଏହାର ସୁବିଧା ପାଇ ପାରୁ ନାହାନ୍ତି. ଏହି ବ୍ଲକ୍ ରେ ନାଁ ଅଛି ଟ୍ରେଜେରୀ ନାଁ ଅଛି ଶୀତଳଭଣ୍ତାର. କେଉଁଠି ଗୋଟିଏ ଆଖିଦୃଶିଆ ଉନ୍ନତ ଖେଳପଡିଆ କି ମିନି ଷ୍ଟାଡ଼ିୟମଟିଏ ନାହିଁ . ପ୍ରତ୍ୟେକ ବର୍ଷ ବନ୍ୟା ଆସିବା ଦ୍ଵାରା ଚାଷ ଆଉ ବାସ ଉଜୁଡୁଥିବା ବେଳେ ବନ୍ୟାର ସ୍ଥାୟୀ ନିରାକରଣ ବନ୍ଧକୁ ସୁଦୃଢ କରାଯାଉ ନାହିଁ. ବ୍ଲକ୍ ମଧ୍ୟରେ ଥିବା ଅନ୍ୟାନ୍ୟ ବିଭାଗ କଥା ନ କହିବା ଭଲ. ବ୍ଲକ୍ ରେ ଥିବା ବିଭିନ୍ନ ଡ଼ାକ୍ତରଖାନା , ଶିକ୍ଷାନୁଷ୍ଠାନ ଓ ସରକାରୀ ଆଦି କାର୍ଯ୍ୟାଳୟରେ ଏକାଧିକ ପଦବୀ ଖାଲି ରହିଥିଲେ ମଧ୍ୟ ଏହା ପୂରଣ କରାଯାଉନି. ତୁରନ୍ତ ଏସବୁ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବୀ କରୁଛନ୍ତି.
