*ନୂଆପଡ଼ା ଜିଲ୍ଲା ସଦର ବ୍ଲକ ବିଡ଼ିଓ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବୀ ରେ ଦୁଇ ଗ୍ରାମ ମଧ୍ୟରେ ବିବାଦ, ଭଇସାଟାଲ ଗ୍ରାମର ଉତ୍ୟକ୍ତ ବାସୀ ବିଡ଼ିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବ୍ଲକ ପ୍ରଶାସନ ସ୍ଥାନୀୟ ନେତୃମଣ୍ଡଳୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା*
ନୂଆପଡା (ମିଖାଏଲ ନନ୍ଦ)
ତା:୧୯.୦୧.
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ବିଡ଼ିଓ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ଦାବୀ ରେ ଦୁଇ ଗ୍ରାମ ମଧ୍ୟରେ ବିବାଦ, ଭଇସାଟାଲ ଗ୍ରାମର ଉତ୍ୟକ୍ତ ବାସୀ ବିଡ଼ିଓଙ୍କୁ ଦୁର୍ବ୍ୟବହାର ମାରିବା ଅଭିଯୋଗ, ବ୍ଲକ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ନେତୃମଣ୍ଡଳୀ ଧାରଣା ଦେଇଛନ୍ତି। ଭଇସାଟାଲ ନାମକ ନୂତନ ପଞ୍ଚାୟତ ଗଠନ ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଗଠନ ନେଇ ଭାଇସାଟାଲ ଏବଂ ବଲୋଦା ମଧ୍ୟରେ ବିବାଦ ହୋଇଥିଲା। ବଲୋଦା ଗ୍ରାମ ଠାରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି। ଭଇସାଟାଲ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଧାରଣା ଦେଇଥିବା ବେଳେ ଆଜି ନୂଆପଡ଼ା ବିଡ଼ିଓ ଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ। ବ୍ଲକ୍ କାର୍ଯ୍ୟାଳୟ ମଧ୍ୟରେ ଗ୍ରାମବାସୀ ଏବଂ ନୂଆପଡ଼ା ବିଡ଼ିଓ ଙ୍କୁ ନିର୍ମାଣ କାର୍ଯ୍ୟ ନେଇ ଗ୍ରାମବାସୀ ମାନେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଉତ୍ୟକ୍ତ ବ୍ୟକ୍ତି ଙ୍କ ମଧ୍ୟରେ ବିଡ଼ିଓଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଅଛି। ଏହି ଅଭିଯୋଗ କୁ ଭିତ୍ତିକରି ନୂଆପଡ଼ା ଥାନା ରେ ଏକ ଅଭିଯୋଗ ହୋଇଥିଲା। ଘଟଣା ରେ ୪ ଜଣ ଗ୍ରାମବାସୀଙ୍କୁ ଅଟକ ରଖିଥିବା ଜଣାପଡିଛି। ନୂଆପଡ଼ା ଏଡିପିଓ ସ୍ବାଧୀନ ମିଶ୍ର ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କ ନୂଆପଡ଼ା ଏସ ପି ଅମୃତ ପାଲ ସିଂ ଘଟଣା ପ୍ରକାଶ କରିଥିବା ବେଳେ ବିଡ଼ିଓ ଙ୍କୁ କରିଥିବା ଦୁର୍ବ୍ୟବହାର ଘଟଣା ରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଥିଲେ।
