ଅଜଣା ଯୁବକର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ।
କଙ୍କଡାହାଡ଼- ଧର୍ମାନନ୍ଦ ସେଠି ଙ୍କ ଖାବର
କଙ୍କଡାହାଡ଼ ଥାନା ଇଲାକା କଣ୍ଟାପାଳ କଲୋନୀ-୩ ଅନ୍ତର୍ଗତ କୁକୁରଭୋକା ନିକଟରେ ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଆଜି ଉଦ୍ଧାର ହୋଇଥିଲା ।ସୂଚନା ଅନୁସାରେ ବରୁଣ ନାମକ ଜଣେ ଯୁବକ କଙ୍କଡାହାଡ଼ରେ ଗୋଟିଏ ଢ଼ାବାରେ ଦୀର୍ଘ ୧ ମାସ ହେଲାଣି କାମ କରୁଥିଲେ ।ଯୁବକ ଜଣଙ୍କର କୌଣସି ପରିଚୟ ମିଳି ପାରିନାହିଁ ।ଗ୍ରାମବାସୀଙ୍କ ଠାରୁ ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି ଯୁବକଙ୍କ ଅନୁମାନିକ ବୟସ ୩୦ ବର୍ଷ ହେବ।ସେ କଙ୍କଡାହାଡ଼ରେ ଏକ ଢ଼ାବାରେ ଦୀର୍ଘ ୧ ମାସ ହେଲାଣି କାମ କରୁଥିଲେ ।ଯୁବକ ଜଣଙ୍କର କୌଣସି ପରିଚୟ ମିଳି ପାରିନାହିଁ ।ଢ଼ାବାରେ ପଚାରାଉଚରା କରିବାରୁ ତାଙ୍କୁ ବରୁଣ ଡକାଯାଏ ।ଯୁବକ ଜଣଙ୍କର କୌଣସି ପରିଚୟ ପତ୍ର ମିଳିନାହିଁ।ମୃତକ ଗାମୁଛାରେ ଏକ ମହୁଲ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।ମୃତ ଦେହ ଜବତ କରାଯାଇ କାମାକ୍ଷାନଗର ସ୍ଥିତ ଉପଖଣ୍ଡ ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଶ୍ରୀ ହୋତା ସୂଚନା ଦେଇଛନ୍ତି ।କେଉଁ ପରିସ୍ଥିତିରେ ଘଟଣା ଘଟିଛି ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
