ନୂଆବର୍ଷରେ ଅବକାରୀ ବିଭାଗକୁ ବଡ ସଫଳତା : ୪ ହଜାର ୫ ଶହ ଲିଟର ପୋଚ ଓ ୩୫୫ ଲିଟର ମଦ ଜବତ : ଜଣେ ଗିରଫ,ଜଣେ ଫେରାର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ଆଜି ମଧ୍ୟାହ୍ନରେ ସୋର ଅବକାରୀ ଅଧିକାରୀଣୀ ପ୍ରଜ୍ଞାପ୍ରିୟା ନାୟକ ଓ ନିଳଗିରି ଅବକାରୀ ଅଧିକାରୀ କେଶବ ଚନ୍ଦ୍ର ଦାସଙ୍କ ମିଳିତ ନେତୃତ୍ୱରେ ଏକ ଟିମ ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଓ ନୁଆଗାଁ ସମତେ ବାଉଁଶପାଳ ଜଙ୍ଗଲ ଜମିରେ ଗଢିଉଠିଥିବା ମଦ ରନ୍ଧା କାରଖାନା ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ହେଉଥିବା ଜାଣିପାରି ବାଉଁଶପାଳ ଗ୍ରାମର ଲକ୍ଷ୍ମଣ ସାହୁ ଫେରାର ହୋଇଯାଇଥିବା ବେଳେ ତାଙ୍କ ନିକଟରୁ ୨୪ଶହ ଲିଟର ପୋଚ ଓ ୧୮୦ ଲିଟର ମଦ ଜବତ କରାଯାଇଥିଲା। ସେହିପରି ସରଳିଆ ଗ୍ରାମର ରଘୁନାଥ ଖିଲାର (୫୫) ନିକଟରୁ ୫୫ ଲିଟର ମଦ ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଥିବା ବେଳେ ଜଙ୍ଗଲଜମିରେ ଲୋଚା ଯାଇଥିବା ୨୧ଶହ ଲିଟର ପୋଚ ଓ ୧୬୦ଲିଟର ମଦ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଚଢ଼ାଉରେ ସୋର , ଗୋପାଳପୁର ଓ ନିଳଗିରି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ।
