ବହୁ ଚର୍ଚ୍ଚିତ ରାଜେଶ ହତ୍ୟାକାଣ୍ଡ : ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ।
ସ୍ଥାନ ପରଜଙ୍ଗ
ତାରିଖ ,୧୨/୧/୨୫
ଢେ଼ଙ୍କାନାଳ ପରଜଙ୍ଗ : ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତି ମଧ୍ୟରେ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ କାମାକ୍ଷାନଗର ପୋଲିସ।
ସୂଚନା ମୁତାବକ ପରଜଙ୍ଗ ଥାନା ସାଆନ୍ଦା ଗ୍ରାମର ରାଜେଶ କୁମାର ପାଣି (ଲୁଲୁ) ଗତ ନଭେମ୍ବର ୧୩ ତାରିଖ ଗୁରୁବାର ଘରୁ ବାହାରି ମୁକ୍ତାପଶି ଗ୍ରାମକୁ ନିର୍ବନ୍ଧ ଭିଡିଓ ସୁଟିଂ ପାଇଁ ଯାଉଥିବା ସ୍ବୀକୁ କହି କ୍ୟାମେରା ଧରି ଘରୁ ଯାଇଥିଲେ। ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରାଜେଶ ଘରକୁ ଫେରି ନଥିଲେ। କିମ୍ବା ଫୋନ ସୁଇଚି ଅପ ଦେଖାଇଥିଲା ଯାହାକି ସ୍ତ୍ରୀଙ୍କୁ ସନ୍ଦେହ ହୋଇଥିଲା। ପରିବାର ଲୋକେ ମୁକ୍ତାପଶି ଗ୍ରାମ ଓ ଆଖପାଖ ଅଞ୍ଚଳକୁ ଯାଇ ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ମିଳିପାରି ନଥିଲା। ମାତ୍ର ୧୪ ତାରିଖ ଶୁକ୍ରବାର ମୁକ୍ତାପଶି ଗ୍ରାମ ମହୋତ୍ସବ ଖନ୍ଦା ପୋଖରୀରେ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବା ପରେ ଘଟଣା ପ୍ରଚାରିତ ହୋଇଯାଇଥିଲା। ଖବର ପାଇ କାମାଖ୍ୟାନଗରପୋଲିସ ଏବଂ ପରିବାର ଲୋକ ସେଠାରେ ପହଞ୍ଚି ଥିଲେ,ମୃତଦେହ ଉଦ୍ଧାରକୁ ୨ ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାଣ୍ଡ ଘଟାଇଥିବା କିମ୍ବା ହତ୍ୟାକାଣ୍ଡ ଉପରୁ ରହସ୍ୟ ହଟାଇ ପାରିନାହିଁ । ଏହାର ପ୍ରତିବାଦରେ ମୃତ ରାଜେଶଙ୍କ ସ୍ତ୍ରୀ,ପରିବାର,ସମ୍ପର୍କୀୟ,ଅଞ୍ଚଳବାସୀ ସମେତ ପରଜଙ୍ଗ ନିର୍ବାଚନମଣ୍ଡଳୀର ବ୍ଲକ କଂଗ୍ରେସ କମିଟି ସଂଯୋଜକ ଅବିନାଶ ପଣ୍ଡାଙ୍କ ନେତୃତୁରେ ଶତାଧୂକ କର୍ମୀ ୫୩ ନଂ ଜାତୀୟ ରାଜପଥ ବାରିହାପୁର ଗ୍ରାମ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଅଟକି ରହିଛି । ରାସ୍ତାରୋକ ସ୍ଥଳରେ ପରଜଙ୍ଗ ପୋଲିସ ଉପସ୍ଥିତ ଅଛି।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଧ ବେହେରା ଭଞ୍ଜଦୂତ ଖବର
