*ବିଜ୍ଞାପନ ରେ ମିଥ୍ୟା ପ୍ରଚାର ନେଇ ପୁଅଙ୍କ ପାଇଁ ବାପା ଆଇନଜୀବୀ ଦୀପକ କୁମାର ଦୁବେ ଜିଲ୍ଲା ଖାଉଟି ଅଦାଲତ ର ଦ୍ୱାରସ୍ଥ, ଅଭିନେତା ସଲମାନ୍ ଖାନ ଏବଂ ହ୍ରିତିକ ରୋଷନ୍ ଙ୍କ ନାମ ରେ ମାମଲା, ମାତ୍ର ଏକ ଟଙ୍କା ର ଆର୍ଥିକ କ୍ଷତିପୂରଣ ଦାବୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୫.୦୧.
ବିଜ୍ଞାପନ ରେ ମିଥ୍ୟା ପ୍ରଚାର ନେଇ ପୁଅଙ୍କ ପାଇଁ ବାପା ଆଇନଜୀବୀ ଦୀପକ କୁମାର ଦୁବେ ଜିଲ୍ଲା ଖାଉଟି ଅଦାଲତ ର ଦ୍ୱାରସ୍ଥ, ଅଭିନେତା ସଲମାନ୍ ଖାନ ଏବଂ ହ୍ରିତିକ ରୋଷନ୍ ଏବଂ ମାଉଣ୍ଟେନ ଡିୟୁ ମୃଦୁ ପାନୀୟ ଙ୍କ କମ୍ପାନୀ ନାମ ରେ ମାମଲା ହୋଇଅଛି। , ମାତ୍ର ଏକ ଟଙ୍କା ର ଆର୍ଥିକ କ୍ଷତିପୂରଣ ଦାବୀ କରିଛନ୍ତି। ମାଉଣ୍ଟେନ ଡିୟୁ ମୃଦୁ ପାନୀୟ ଜଳ ର ବିକ୍ରି ନେଇ ବିଜ୍ଞାପନ ରେ ମିଥ୍ୟା ଉତ୍ତେଜନା ପୂର୍ଣ୍ଣ ପ୍ରଚାର ପ୍ରସାର କରିଥିବା ଦେଖିବାକୁ ମିଳିଥିଲା। ଦୁବେ ଙ୍କ ପୁଅ ସେହି ବିଜ୍ଞାପନ କୁ ଦେଖି ନିଜେ ମଧ୍ୟ ଏହି ଥଣ୍ଡା ମୃଦୁ ପାନୀୟ ଜଳ ପାନ କରି ନିଜ ସ୍କୁଲ କ୍ରୀଡ଼ାରେ ବିଜୟ ହେବା ସ୍ଵପ୍ନ ଦେଖିଥିଲେ। ଏହି ବିଜ୍ଞାପନ ଦ୍ବାରା ଆଗତ ପିଢ଼ି ବିଶେଷ ରୂପେ ପ୍ରଭାବିତ ହେଉଥିବା କାରଣ ରୁ ସେ ମାନ୍ୟବର କଳାହାଣ୍ଡି ଜିଲ୍ଲା ଖାଉଟି ଅଦାଲତ କୁ ଯାଇଥିଲେ ବୋଲି ପ୍ରକାଶ କରିଛନ୍ତି। ଏହା ପଛରେ ଏକ ସଚେତନ ଏବଂ ଯିବା ପୀଢ଼ି ଙ୍କୁ ଭ୍ରାନ୍ତ ଧାରଣ ରୁ ଦୁରେବା ପାଇଁ ପ୍ରଚେଷ୍ଟା ମାତ୍ର ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ ନାମରେ ହେଉଥିବା ମିଥ୍ୟା ପ୍ରଚାର ହେଉଅଛି। ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ ଅଟେ। ତେଣୁ ସେ କ୍ଷତିପୂରଣ ବାବଦରେ ମାତ୍ର ଏକ ଟଙ୍କା କ୍ଷତିପୂରଣ ରାଶି ଦାବୀ କରିଥିବା ପ୍ରକାଶ କରିଛନ୍ତି।
