
ମାର୍ଚ୍ଚ ୨୦ ଆନ୍ତର୍ଜାତିକ ପଖାଳ ଦିବସ। ଗାଁ ଠୁ ସହର , ଘର ଠାରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ ପର୍ଯ୍ୟନ୍ତ ସବୁଠାରେ ଆଜି ପଖାଳ ସାଙ୍ଗ ସହ ୮/୧୦ ପ୍ରକାରର ତରକାରୀ ପଖାଳ ପ୍ରେମୀ ମାନଙ୍କୁ ହୋଟେଲ ରେ ପରସା ଯାଉଅଛି। ସୋର ସହରରେ ହୋଟେଲ ଗୁଡିକ ରେ ମଧ୍ୟ ପଖାଳ ଖାଇବା ବେସ୍ ଭିଡ଼ ପରିଲକ୍ଷିତ ହୋଇଥିଲା।ସୋର ସହରରେ ଥିବା ମର୍ଡନ ହୋଟେଲ,କନକ ଦୁର୍ଗା ହୋଟେଲ, ହୋଟେଲ ଅତିଥି, ହୋଟେଲ ସୋର ଇତ୍ୟାଦି ହୋଟେଲ ଗୁଡିକ ରେ ଭିଡ ପରିଲକ୍ଷିତ ହୋଇଥିଲା। ଶାଗ, ଚୁନା ମାଛ, ମାଛ ଭଜା,ଆଳୁ ଚୋଖା, ବଡ଼ି ଚୁରା , ମାଛ ବେସର , ଆଚାର , ବାଇଗଣ ଫାଳି ଭଜା ,ଘଣ୍ଟ ଇତ୍ୟାଦି ପଖାଳ ସାଙ୍ଗ କୁ ଖାଇବାକୁ ଦିଆଯାଉଥିବାର ଲକ୍ଷ୍ୟ ରଖାଯାଇଛି। ପଖାଳ ର ମଜ୍ଜା ଓ ପଖାଳ ର ଶାନ୍ତି ଅନ୍ୟ କୌଣସି ଖାଦ୍ୟ ବିରିୟାନି , ଫ୍ରାଏ ଡାଇସ୍,ମଟନ, ଚିକେନ ଆଦି ରେ ନଥାଏ ବୋଲି ହୋଟେଲ ରେ ଖାଉଥିବା ପଥଚାରୀ ମାନେ କହିଛନ୍ତି । ତା ସହ ସମସ୍ତ ଙ୍କୁ ମଧ୍ୟ ପଖାଳ ଖାଇବା ପାଇଁ ନିବେଦନ କରିଛନ୍ତି। ସେହିପରି ମଧ୍ୟ ଗ୍ରାମାଞ୍ଚଳରେ ଲୋକମାନେ କହିଛନ୍ତି କି ସେମାନେ ବର୍ଷକ ବାରମାସ ପଖାଳ ଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଆଜି ଗୁରୁବାର ପଡୁଥିବା ରୁ ଗ୍ରାମାଞ୍ଚଳରେ ଆମିଷ ବ୍ୟତୀତ ଅନ୍ୟାନ୍ୟ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି।