*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ଜାତୀୟ ସେବା ଯୋଜନା ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା-୧୪/୦୮
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା କଲେଜ ଜାତୀୟ ସେବା ଯୋଜନା ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ଭିଡିଓ ମିଳନ କୁମାର ଝଙ୍କାର ଯୋଗ ଦେଇ ଯୁଗ ଗୋଷ୍ଠୀଙ୍କ ମଧ୍ୟରେ ଜାତୀୟ ଏକତା ସୃଷ୍ଟି କରିବା ସହ ଜାତୀୟ ପତାକା ର ସମ୍ମାନ ଏବଂ ଶେଷ ପ୍ରେମ ଜାଗ୍ରତ କରିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିତାନ୍ତ ଜରୁରୀ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଖଡ଼ିଆଳ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ଯୋଗ ଦେଇ ଏକତା ,ମୈତ୍ରୀ, ବାର୍ତ୍ତା ରେ ଦେଶ ୮୦ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ତ୍ରିରଙ୍ଗା ପତାକାର ମହତ୍ୱ ସମସ୍ତ ନାଗରିକ ଙ୍କ ହୃଦୟରେ ବାସ କରିବା ଦରକାର ବୋଲି କହିଥିଲେ । ସଭାରେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତପନ ଦାସ, ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳି ପ୍ରଧାନୀ ଅଧ୍ୟାପିକା ସସ୍ମିତା ବିଶି, କ୍ରୀଡ଼ା ଅଧ୍ୟାପିକା ସାରା ଖାନ୍, କର୍ମଚାରୀ ଦେବସ୍ମିତା ପ୍ରଧାନୀ, ରେବତୀ ନାଏକ, ପଲ୍ଲବୀ ମହାନନ୍ଦ, ବିକ୍ରମ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଶତାଧିକ ଛାତ୍ରୀ ଯୋଗ ଦେଇ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କେଲ।
