*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଏବଂ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଅନୁକୂଲ୍ୟ ରେ ସମସ୍ତ ସରକାରୀ ବିଭାଗ ପକ୍ଷ ରୁ ହର ଘର ତ୍ରିରଙ୍ଗା, ହର ମନ୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୧୪.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ପଞ୍ଚାୟତ ସମିତି ଏବଂ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଅନୁକୂଲ୍ୟ ରେ ସମସ୍ତ ସରକାରୀ ବିଭାଗ ପକ୍ଷ ରୁ ହର ଘର ତ୍ରିରଙ୍ଗା, ହର ମନ୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ମିଳିତ ରେଲି ଖଡ଼ିଆଳ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଖଡ଼ିଆଳ ବୋଡ଼େନ ଛକ ଦେଇ ବ୍ଲକ କାର୍ଯ୍ୟାଳୟ କୁ ପ୍ରବେଶ କରିଥିଲା। ସମସ୍ତ ଙ୍କ ମନ, ହୃଦୟ, ଆତ୍ମା ଓ ପ୍ରାଣ ରେ ଭାରତର ପରିଚୟ ତ୍ରିରଙ୍ଗା ପତାକା କୁ ସମ୍ମାନ ଓ ସ୍ଵାଭିମାନ ଅଟେ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଗୋଷ୍ଠୀ, ସରକାରୀ କର୍ମଚାରୀ, ସଚେତନ ନାଗରିକ, ସ୍କୁଲ ଛାତ୍ର ଛାତ୍ରୀ, ମାନେ ସାମିଲ ହୋଇ ଦେଶ ମାତୃକା ର ସମ୍ମାନ ପ୍ରଦାନ ଦିଖ ରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରେ ଏକାକାର ହୋଇ ତ୍ରିରଙ୍ଗା ପତାକା ର ସମ୍ମାନ ସର୍ବୋପରି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ଖଡ଼ିଆଳ ଅତିରିକ୍ତ ତହସିଲଦାର ମାଝୀ, ଏସଡିପିଓ ଉପନ୍ଦ୍ରେ ପ୍ରଧାନ ସମେତ ବନ୍ ବିଭାଗ କର୍ମଚାରୀ ସହ ବହୁ ନାଗରିକ ସାମିଲ ହୋଇଥିଲେ।
