ବୌଦ୍ଧ: ହରଭଙ୍ଗା ଅଞ୍ଚଳର ଚାଷୀ ମାନଙ୍କ ଖରିଫ୍ ଧାନ ବିକ୍ରୀ ପାଇଁ ଜିଲ୍ଲାର ହରଭଙ୍ଗା ସେବା ସମବାୟ ସମିତି ଅଧିନରେ ରହିଥିବା ଧାନମଣ୍ଡି ରେ ଘୋର ଅବ୍ୟବସ୍ଥା ଦଖା ଦେଇଛି l ଏଠାରେ ବିଭାଗ ପକ୍ଷରୁ କୌଣସି ପୂର୍ବ ସୂଚନା ନଦେଇ ଚାଷୀ ମାନଙ୍କ ପକ୍ଷରୁ ଅଣା ଯାଉଥିବା ପ୍ଲାଷ୍ଟିକ ଅଖା ବସ୍ତା କୁ ହଠାତ୍ ମଣ୍ଡି ରେ ସଂପୂର୍ଣ୍ଣ ବାରଣ କରାଯାଇ ଅଖା ବସ୍ତା କୁ ବାଧ୍ୟତା ମୂଳକ କରାଯିବା ଓ ଧାନ ର କଟଣି ଛଟଣି କୁ ନେଇ ସ୍ଥାନୀୟ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି l ତେବେ ଏହାକୁ ନେଇ ସମବାୟ ସମିତି ମିଲର ଓ ଚାଷୀ ମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହେଇଥିବା ବେଳେ ସମସ୍ୟା ର ସମାଧାନ ନହେବା ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠାଇବା ବନ୍ଦ୍ କରାଯିବା ସହ ସରକାର ଓ ପ୍ରଶାସନ ର ଏଭଳି ଚାଷୀ ମାରଣ ନୀତି କୁ ସାଧାରଣ ରେ ତୀବ୍ର ନିନ୍ଦା କରଯାଇଛି l ତେବେ ଏ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ଙ୍କୁ ଟେଲିଫୋନ ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅଧିକାରୀ ଙ୍କ ଦୋମୁହାଁ ନୀତି ଯୋଗୁଁ ସମସ୍ୟା ର ସମାଧାନ ନହେବା ଘଟଣା ବିଭାଗୀୟ ଅଧିକାରୀଙ୍କ ଅପାରଗତା କୁ ସ୍ପଷ୍ଟ ଆଙ୍ଗୁଳି ନିର୍ଦ୍ଦେଶ କରିଛି କରୁଥିବା ବେଳେ ଦିନକୁ ଦିନ ବିବାଦ ର ଗମ୍ଭୀରତା ବୃଦ୍ଧି ପାଇବାରେ ଲାଗିଛି l ଅପର ପକ୍ଷରେ ଧାନ ମଣ୍ଡି ରେ ଚାଷୀ ଙ୍କ ସ୍ବାର୍ଥ କୁ ଦୃଷ୍ଟି ଦିଆଯାଇ ଚାଷୀ ଯେଭଳି କୌଣସି ସମସ୍ୟା ର ସମ୍ମୁଖୀନ ନ ହେବେ ସେ ନେଇ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ନେଇ ନିକଟ ଅତୀତରେ ରାଜ୍ଯ ମାନବାଧିକାର କମିଶନ ଜିଲ୍ଳା ର ଜିଲ୍ଲାପାଳ ଓ ଏସପି ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଏଵଂ ଏହି ଘଟଣା ରେ ପ୍ରଶାସନ ର ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ତେବେ ଏଭଳି ବିବାଦ ର ଆପୋଷ ସମାଧାନ ନହେଲେ ମଣ୍ଡି ରେ ତାଲା ବନ୍ଦ୍ ଆନ୍ଦୋଳନ କରାଯିବା ନେଇ ଚାଷୀ ମାନଙ୍କ ପକ୍ଷରୁ ଧମକ ଦିଆଯାଇଥିବା ବେଳେ କୌଣସି ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ବିଭାଗୀୟ ଅଧିକାରୀ ଓ ସରକାର ଦାୟୀ ରହିବେ ବୋଲି ଚାଷୀ ମାନେ ନିଜ ମନ୍ତବ୍ୟ ରେ ପ୍ରକାଶ କରିଛନ୍ତି l ତେବେ �
