*”ମୟୂରଭଞ୍ଜ ମିଶ୍ରଣ ଦିବସ” ର ଅନୁଚିନ୍ତା*
*(ଜିଲ୍ଲାର ବିଭାଜନ ନୁହେଁ ବରଂଚ ଜିଲ୍ଲାର ସମସ୍ତ ଉପଖଣ୍ଡରେ ସମାନ୍ତରାଳ ବିକାଶ ଦରକାର)*
ମୟୂରଭଞ୍ଜ ବଞ୍ଚାଅ ଅଭିଯାନ କମିଟି ଓ ରାଷ୍ଟ୍ର ଚିନ୍ତନ ଜାଗରଣ ସଂଗଠନ “ଚେତନା” ର ମିଳିତ ଆନୁକୁଲ୍ୟରେ “୭୮ତମ ମୟୂରଭଞ୍ଜ ମିଶ୍ରଣ ଦିବସ” ପାଳନ ସଭା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆର ମଧୁ ବାରିଷ୍ଟର୍ ମାର୍ଗ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଏମ୍.ବି.ଏ. ତଥା “ଚେତନା” ସଂଗଠନର ପ୍ରତିଷ୍ଠାତା ଓ ସଭାପତି ଆଇନଜୀବି ଶ୍ରୀ ସଞ୍ଜୟ କୁମାର ସାହୁ ସଭାପତିତ୍ବ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଆଦିବାସୀ ତଥା କୃଷକ ନେତା ସୁବାଷ ଚନ୍ଦ୍ର ହେମ୍ବ୍ରମ୍ ଓ ମୁଖ୍ୟ ବକ୍ତା ଭାବରେ ସଂଗଠକ ଶ୍ରୀ ହରେକୃଷ୍ଣ ମହାନ୍ତ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଭରତ ଚନ୍ଦ୍ର ଦାଶ ମହୋଦୟ , ସମାଜସେବୀ ଶ୍ରୀ ସିଦ୍ଧାର୍ଥ କୁମାର ରାୟ, ବିଶିଷ୍ଟ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ଜିତେନ ବେହେରା ଓ ସମାଜସେବୀ ଶ୍ରୀ ସଚ୍ଚିଦାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ସଭିଁଏ ନିଜ ନିଜର ବକ୍ତବ୍ୟ ରଖିଥିଲେ ହେଁ ଓଡ଼ିଶାର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜକୁ କୁ ଭାଗ ଭାଗ କରିବାର ଜିଦ୍ ରୁ ନିବୃତ୍ତ ରହି ସମସ୍ତ ଉପଖଣ୍ଡରେ ସମାନ୍ତରାଳ ବିକାଶ କରିବା ପାଇଁ ପ୍ରତ୍ୟେକ ଉପଖଣ୍ଡ ରେ ଜଣେ ଜଣେ ଏଡିଏମ୍, ଏଆରଟିଓ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରିୟ ବିଦ୍ୟାଳୟ, ରେଳ ଚଳାଚଳ, କୃଷି ବିଜ୍ଞାନ କେନ୍ଦ୍ର, ଜଳସେଚନ ର ସୁବିଧା, ସିମିଳିପାଳ ଜୈବମଣ୍ଡଳ ର ପୂର୍ଣ୍ଣ ସୁରକ୍ଷା ତଥା ସେଠାକାର ଜୀବଜନ୍ତୁ ଶିକାର କରୁଥିବା ଶିକାରୀ ଓ ତାଙ୍କଙ ଲଗାତାର ସାହାଯ୍ୟ,ସହଜୋଗ କରୁଥିବା ରାଜ କର୍ମଚାରୀ ମାନଙ୍କୁ କଠରରୁ କୋଠରତମ ଦଣ୍ଡ ଦେଇ ସାବାଡ୍ କରିବାକୁ ମତ ପ୍ରକାଶ କରିବା ସହିତ ସିମିଳିପାଳ ଅଭୟାରଣ୍ୟ ର ଢିଲା ସୁରକ୍ଷା ବାବଦରେ କ୍ଷୋଭ ପ୍ରକାଶ କରି ଥିଲେ !
ତେବେ ଅତୀତରେ ରାଜନୈତିକ ଷଡ଼ଯନ୍ତର ଶୀକାର ହୋଇ ମୟୂରଭଞ୍ଜ ରାଜ୍ୟ ତାରି ଉତ୍ତର ପଶ୍ଚିମ ଭାଗରୁ ଷଢେ଼ଇକଳା, ଖରସୁଆଁ ଓ ସିଂହଭୂମ ଅଞ୍ଚଳକୁ ହରାଇଥିଲା ଏବଂ ରାଜ୍ୟରୁ ଜିଲ୍ଲାରେ ପରିଣତ ହୋଇଥିବା ମୟୂରଭଞ୍ଜ ୬୦-୭୦ ବର୍ଷ ପରେ ୧୦ଟି ବିଧାନସଭା ସଭା ପାଇଁ ୧୦ଟି ବିଧାୟକ ରୁ ଗୋଟିଏ ବିଧାୟକ, ବିଧାୟକ ପାଣ୍ଠି ଓ ବିଧାନ ସଭା କ୍ଷେତ୍ର କାଟି ଦେଇ ୯ଟା ବିଧାନସଭା କ୍ଷେତ୍ରରେ ପରିଣତ କରି ୯ଟି ବିଧାୟକ କରି ଆମ ମୟୂରଭଞ୍ଜ ପାଇଁ ଘୋର ଅନ୍ୟାୟ କରିବା ଦୁଃଖର ବିଷୟ ଅଟେ ! ତେବେ ମୟୂରଭଞ୍ଜର କିଛି ଅଞ୍ଚଳ କେନ୍ଦୁଝର ଜିଲ୍ଲାର ସଂସଦୀୟ କ୍ଷେତ୍ରରେ ଓ କିଛି ଅଞ୍ଚଳ ବାଲେଶ୍ଵର ଜିଲ୍ଲାର ସଂସଦୀୟ କ୍ଷେତ୍ରରେ ମିଶାଇ ରଖିବା ମଧ୍ୟ ପ୍ରଶାସନିକ ଦୃଷ୍ଟି କୋଣରୁ ବହୁତ ଅସୁବିଧା ହୁଏ ଓ ସେଥିପାଇଁ ସାଧାରଣ ଲୋକମାନେ ମଧ୍ୟ ସୁଖ, ସୁବିଧା ଓ ନ୍ୟାୟ ପାଇବା ପାଇଁ କଷ୍ଟ ପାଆନ୍ତି ବୋଲି ସଭାରେ ଗଭୀର ଉଦବେଗ ପ୍ରକାଶ ପାଇ ଥିଲା !
ତେବେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲା କୁ ଜଣେ ସାଧାରଣ ବର୍ଗର ସାଂସଦ ଓ ୩ଟି ସାଧାରଣ ବର୍ଗର ବିଧାୟକ ପଦ ସୃଷ୍ଟି କରିବା ପାଇଁ ସଂଗଠନ ତରଫରୁ ଦାବି ହେଉଛି ! ଆଉ ମୟୂରଭଞ୍ଜ ମିଶ୍ରଣ ଚୁକ୍ତିକୁ ଡବଲ ଇଞ୍ଜିନ ସରକାର ସାର୍ବଜନୀନ କରିବା ସହିତ ଏହି ଚୁକ୍ତି ନାସାର ସମସ୍ତ ସନ୍ଧି ବା ସର୍ତ୍ତ କୁ ପୂରଣ କରିବା ସହିତ “ମୟୂରଭଞ୍ଜ ରାଜ୍ୟର ମିଶ୍ରଣ ଚୁକ୍ତି କୁ ଓଡିଶା ଇତିହାସରେ ସ୍ଥାନ ଦେବା ସହିତ ଉତ୍କଳ ପ୍ରଦେଶ ତା ଓଡ଼ିଶାକୁ ମୟୂରଭଞ୍ଜ ରାଜ୍ୟର ଦାନ ଓ ଅବଦାନକୁ କୁ ମଧ୍ୟ ବିଦ୍ୟାଳୟର ଇତିହାସ ବହିରେ ଓଡ଼ିଶା ଇତିହାସରେ ସ୍ଥାନ ରହୁ ବୋଲି ଦୃଢ ଦାବି ହୋଇଥିଲା ଓ ଏଥିପାଇଁ ଆମର ଲୋକ ପ୍ରତିନିଧି ମାନେ ଗୁରୁତ୍ବ ଦେବା ସହିତ ଏହି ଦିଗରେ ଯତ୍ନବାନ ହେବା ଉଚିତ ବୋଲି ମଧ୍ୟ ଦୃଢୋକ୍ତି ପ୍ରକାଶ ପାଇଥିଲା ! ତେବେ ଶେଷରେ ଯୁବ ସମାଜସେବୀ ଶ୍ରୀ ସଚ୍ଚିଦାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
