*ନୂଆପଡା ଜିଲ୍ଲା ଭାଓସିଲ ଗ୍ରାମରେ ୧୭୩ଟି ନୂତନ ଆବାସ ଘରର ଗୃହ ପ୍ରବେଶ ମହୋତ୍ସବ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
ତା ୩୧/୧୨
ନୂଆପଡା ଜିଲ୍ଲା କୋମନା ବ୍ଲକ, ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଓସିଲ ଗ୍ରାମରେ ୧୭୩ଟି ନୂତନ ଆବାସ ଘରର ଗୃହ ପ୍ରବେଶ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଅନ୍ତର୍ଗତ ଏହି ଯୋଜନା ରେ ସରକାରୀ ଆବାସ ଗୃହ ଜନଜାତି ହିତାଧୀକାରୀ ମାନଙ୍କୁ ନିର୍ମାଣ କରିବା ପାଇଁ ସହାୟତା ଯୋଗାଇ ଦିଆଯାଇଥିଲା l
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଏସ୍ପି ଅମ୍ରିତ୍ ପାଲ୍ ସିଂହ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏ ପି ଡି କ୍ଷମାନିଧି ଭୋଇ,ଅନୁସୁୟା କୁମ୍ଭାର ପଞ୍ଚାୟତ ସମିତି ଅଧ୍ୟକ୍ଷା, ମୁରଲିଧର ଭୋଇ ଜିଲ୍ଲା ପରିଷଦ ସଭ୍ୟ ,ସର୍ବେଶ୍ଵର ଜାଲ ବିଡିଓ କୋମନା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ l ଭକ୍ତବନ୍ଧୁ ବୁଡେକ ଏବିଡିଓ, ରୁଦ୍ରେଶ୍ଵର ନାଗ ବିପିସି ରୁରାଲ ହାଉସିଂ ଏବଂ ପିଆରଆଇ ସଦସ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ମାଝୀ ସରପଞ୍ଚ ,ଆକବର ଧରୁଆ ସମିତି ସଭ୍ୟଙ୍କ ଉପସ୍ଥିତିରେ ସମାରୋହ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ସମୟରେ ଗ୍ରାମବାସୀମାନଙ୍କୁ ସରକାରୀ ଆବାସ ଯୋଜନା ସମ୍ପର୍କରେ ସଚେତନ କରା ଯାଇଥିଲା। ଅତିଥିମାନେ ହିତାଧିକାରିମାନଙ୍କ ସହ ଆଲୋଚନା କରି ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ।ପାରମ୍ପରିକ ଆତିଥ୍ୟର ଅଂଶ ରୂପେ ଜନଜାତି ମାନେ ଅତି ଆଗ୍ରହରେ ଜିଲ୍ଲାପାଳ, ଏସ୍ପି ଓ ନିମନ୍ତ୍ରିତ ଅଧିକାରୀମାନଙ୍କୁ ନାଚ ଗୀତ ଦ୍ଵାରା ସ୍ବାଗତ କରିଥିଲେ l ଏହା ସହିତ ନିଜ ଘରେ ପାରମ୍ପରିକ ଖାଦ୍ୟ ଓ ଭୋଜନ ପ୍ରଦାନ କରି ଆପ୍ୟାୟିତ କରିଥିଲେ l ଏହା ଗ୍ରାମବାସୀଙ୍କ ସହଭାଗିତା ଓ ସଦ୍ଭାବନା ପ୍ରତିବିମ୍ବିତ କରିଥିଲା।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଉତ୍ସାହ ପୂର୍ଣ୍ଣ ଜନସହଭାଗିତା ସହ ସଫଳ ଭାବରେ ସମ୍ପନ୍ନ ହୋଇଥିଲା।
