ବୌଦ୍ଧ ଜିଲ୍ଲାପାଲଙ୍କ କାର୍ଯ୍ୟଳୟରେ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ଅବସରରେ ଜିଲ୍ଲା ପରିବହନ ଅଧିକାରୀ ସୁଷମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ଜିଲ୍ଲାପାଲ ବିଭୂତି ଭୂଷଣ ନାଏକ, ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ଅବକାରୀ ଅଧିକାରୀଙ୍କ ଶାନ୍ତି ମାରାଣ୍ଡି ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଜିଲ୍ଲା ରେ ବଢ଼ୁଥିବା ଦୁର୍ଘଟନା କିପରି ରୋକାଯାଇ ପାରିବ ସେନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l
