*ନୂଆପଡ଼ା ଜିଲ୍ଲା ଖଡିଆଳ ଖ୍ରୀଷ୍ଟ ଧର୍ମାବଲାମ୍ବୀ ମାନେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ବିଶାଲ କେଣ୍ଡଳ ଶୋଭାଯାତ୍ରା*
ନୂଆପଡା (ମିଖାଏଲ ନନ୍ଦ)
ତା:୨୩.୧୨.
ନୂଆପଡ଼ା ଜିଲ୍ଲା ଖଡିଆଳ ମିଶନ ସ୍ଥିତ ଖ୍ରୀଷ୍ଟ ଧର୍ମାବଲାମ୍ବୀ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିବସ ପାଳନ ଉପଲକ୍ଷେ ବିଶାଲ କେଣ୍ଡଳ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରି ଉତ୍ସବ ପାଳନ କରିଛନ୍ତି। ଏହି ଉପଲକ୍ଷେ ଖଡିଆଳ ଶତାୟୁ ଧାର୍ମିକ ଅନୁଷ୍ଠାନ ଚର୍ଚ୍ଚ କୁ ବିପୁଳ ସାଜସଜ୍ଜା କରିଥିବା ବେଳେ ଖ୍ରୀଷ୍ଟମାସ ଟ୍ରି, ଗୀତଏବଂ ବାଇବେଲ ପଠନ, ସତନ୍ତ୍ର ପ୍ରାଥନା ର ବ୍ୟବସ୍ଥା ରହିଅଛି। ସମସ୍ତେ ସେଣ୍ଟା ଟୋପି ପରିଧାନ କରି କେଣ୍ଡଲ ଧରି ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ୍ ପଡିଆ ରୁ ବାହାରି ଖଡିଆଳ ନଗର ପରିକ୍ରମା କରି ଚର୍ଚ୍ଚ ପର୍ଯ୍ୟନ୍ତ ଯାଇଥିଲେ। ଏହି ସପ୍ତାହ ବ୍ୟାପି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସୂଚନା ରହିଅଛି।ଚର୍ଚ୍ଚ ରେ ଧୂମଧାମ ଭାବରେ ଗୀତ ଗାଇ ନାଚି ନାଚି ଝୁମିଥିଲେ। ଏହା ଦ୍ଵାରା ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା।
