*ଫେଡେରାଲ ବ୍ୟାଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର*
ତାଳଚେର :ତା 23/12/2025: ତାଳଚେର ଫେଡେରାଲ ବ୍ୟାଙ୍କ ପକ୍ଷରୁ ଆଜି ମଙ୍ଗଳବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି | ଫେଡେରାଲ ବ୍ୟାଙ୍କ, ସାମାଜିକ ଦାୟିତ୍ୱ ବୋଧ ସିଏସ ଆର ମାଧ୍ୟମରେ ଉକ୍ତ ଶିବିର ଆୟୋଜନ କରୁଛି ଏବଂ ଉକ୍ତ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ କରିଥିଲେ |ସ୍ୱାସ୍ଥ୍ୟ ଶିବିର କୁ ନିଭା ବୁପା ହେଲଥ ଇନ୍ସୁରାନ୍ସ ସହାୟତା ରେ ଭୁବନେଶ୍ୱର ମନିପାଲ ହସ୍ପିଟାଲ ରୁ ଅଭିଜ୍ଞ ଡାକ୍ତର ମାନେ ଆସି ପରିଚାଳନା କରିଥିଲେ |ମୁଖ୍ୟ ଅତିଥି ତାଳଚେର ନଗରପାଳ ପବିତ୍ର ଭୁତିଆ, ସମ୍ମାନିତ ଅତିଥି ଭାବେ ଜୋନାଲ ମିଡ଼ିଆ ସେଲ ସଂଯୋଜକ, ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ତାଳଚେର ଟାଉନ ଆଇ ଆଇ ସି ଦିଗବିଜୟ ବିଶ୍ୱାଳ, ନୁରୁ ମହମ୍ମଦ, ଫେଡେରାଲ ବ୍ୟାଙ୍କ ଭାଇସ ପ୍ରେସିଡେଣ୍ଟ ତଥା ଓଡିଶା ଓ ଛତିଶଗଡ ଜୋନାଲ ହେଡ଼ ରୁତୁରାଜ, ନିଭାବୁପା ଜୋନାଲ ହେଡ଼ ସମୀର କୁମାର ସ୍ୱାଇଁ ବ୍ୟାଙ୍କ ମ୍ୟାନେଜର ଅଂଶୁମାନ ପ୍ରସାଦ ରଥ, ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିବା ସହ ଫେଡେ ରାଲ ବ୍ୟାଙ୍କ ର ଏଭଳି ମହତ କାର୍ଯ୍ୟ କୁ ପ୍ରଶଂସା କରିଥିଲେ |
