*ଗୋଷ୍ଠୀ ଜଙ୍ଗଳ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା*
ନୂଆପଡା (ମିଖାଏଲ ନନ୍ଦ)
ତା:୨୩.୧୨.
ନୂଆପଡ଼ା ଜିଲ୍ଲା ର ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଳ ପରିଚାଳନା ସମ୍ପର୍କୀୟ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାକୁ ୟାର ଅନୁଷ୍ଠାନ ଖଡିଆଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା । ଜିଲ୍ଲା ର ସମସ୍ତ ଗ୍ରାମକୁ ଦିଆ ଯାଇଥିବା ଗୋଷ୍ଠୀ ସମ୍ବଳ ଅଧିକାର ର ସୁପରିଚାଳନା ନିମନ୍ତେ କମିଟି ଗଠନ କରି କାର୍ଯ୍ୟ ଯୋଜନା ପ୍ରସୂତି ଓ ଅନୁମୋଦନ ସମ୍ପର୍କରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ୨୦୦୬ ମାର୍ଗଦର୍ଶିକା ଉପସ୍ଥାପନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ୫ ଗୋଟି ତହସିଲ୍ କାର୍ଯ୍ୟାଳୟ ର ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ଲକ ମଙ୍ଗଳ ଅଧିକାରୀ, ସେଲ ସଂଯୋଜକ, ଉପଖଣ୍ଡ ସ୍ତରୀୟ ସଦସ୍ୟ/ସଦସ୍ୟା, ଜଙ୍ଗଲ ବିଭାଗର ଏ.ସି.ଏଫ ତଥା ୟାର ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ୟାର ଅନୁଷ୍ଠାନ ର ସମ୍ପାଦକ ହରିଦାସ ପଟେଲ କର୍ମଶାଳା ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ।ତାଲିମ ଦାତା ଭାବରେ ଏଫ୍ ଇ ଏସ ଭୁବନେଶ୍ୱର ଶ୍ରୀ ପ୍ରଦୀପ ମହାରଣା ଯୋଗଦେଇଥିଲେ।ପରିଶେଷରେ ୟାର ସଭାପତି ଶ୍ରୀ ମହେନ୍ଦ୍ର ଯୋଷୀ ଯୋଷୀ ଧନ୍ୟବାଦ ଦେଇ ଥିବା ବେଳେ ଅରୁଣ କୁମାର ବିଶ୍ବାଳ ସହାୟତା କରିଥିଲେ।
