*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ପରିସର ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି ।ଏହି ମେଳା କୁ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଉଦ୍ଘାଟନ କରିଥିବା ସମନ୍ବିତ କୃଷି କୁ ପ୍ରାଧାନ୍ୟ ଦେବା ସହ ଅଣ ଧାନ ଚାଷ ଉପରେ ଗୁରୁତ୍ବ ଦେବାକୁ ଆହ୍ବାନ। ସେହିପରି ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ୍ର ବିକାଶ ପାଇଁ ଅନେକ ରିହାତି ଯୋଜନା ମାନେ ପ୍ରଣୟନ ହୋଇ ଚାଷୀମାନେ ଏହାର ସୁଫଳ ନେବା ପାଇଁ ଆହ୍ବାନ। ସଭାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ.ସୁଖେନ୍ଧୁ ରୟେ, ଯୋଗ ଦେଇଥିବା ବେଳେ କୋମନା ମତ୍ସ୍ୟ ଅଧିକାରୀ, କୋମନା ପ୍ରାଣୀ ଚିକିତ୍ସା ଅଧିକାରୀ ବିବରଣୀ ପାଠ କରିଥିଲେ। ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦୀପିକା କୌଶଳ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଷୀ, ମୂରଲୀଧର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। କୋମନା ବିଡ଼ିଓ, ବ୍ଲକ ଅନୁଷୟା କୁମ୍ଭାର, ପ୍ରମୁଖ ମଞ୍ଚଷିନ ହୋଇଥିଲେ। ସେହିପରି ସରକାରୀ ସହାୟତା ଅତିଥିଙ୍କ ଦ୍ବାରା ପ୍ରଦାନ କରିଥିଲେ। ସଫଳ ଚାଷୀଙ୍କୁ ସମ୍ମାନିତ କରିଥିଲେ।
