*ଖଡ଼ିଆଳ ବ୍ଲକ ଦେଓବାହାଲ ଠାରେ ପ୍ରଥମ ଜୋନ ସ୍ତରୀୟ ୟୁନିଟି କ୍ରିକେଟ କପ ୨୦୨୫-୨୭ ଉଦଘାଟିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାପରିଷଦ ଜୋନ ନମ୍ବର ୪ ର ୯ ପଂଚାୟତର ୩୨ ଟି ଦଳକୁ ନେଇ ଏକ ଭବ୍ୟ କ୍ରିକେଟ ଟୁର୍ନାମେଣ୍ଟ ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀମାନ ଗୌତମ ତାଣ୍ଡିଙ୍କ ତତ୍ତ୍ଵାବଧାନରେ ଆଜି ଉଦ୍ଘାଟିତ ହୋଇଅଛି। ଉଦ୍ଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଜୋନ ନଂ ୪ ର ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଆଲ୍ଲାଦିନୀ ବେହେରା, ରମେଶ ଠାକୁର, ଉମେଶ କ୍ଷେତ୍ରୀ, ପୂର୍ବତନ ସାନମହେଶ୍ୱର ସରପଞ୍ଚ ଶ୍ୟାମସୁନ୍ଦର କୁଲଦୀପ ଏବଂ ଜୋନ ନମ୍ବର ୪ ର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ସ୍ଥାନୀୟ ତଥା ଗ୍ରାମୀଣ ସ୍ତରର କ୍ରିକେଟ ଖେଳ ଓ ଖେଳାଳିମାନେ ନିଜ ଭିତରେ ଥିବା ଲିକ୍କାଇତ ପ୍ରତିଭା କୁ ପରିପ୍ରକାଶ କରି ଭବିଷ୍ୟତ ରେ ଗ୍ରାମୀଣ ସ୍ତରରୁ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ଖେଳକୁ ଉନ୍ନୀତ ହେବା ଏହାର ମୂଳ ଉଦ୍ଦେଶ୍ୟ ଅଟେ। ଉକ୍ତ ଉଦ୍ଘାଟନୀ ମେଚ ସାନମାହେଶ୍ୱର ଏବଂ ଚଳାନପଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ୧୬ ରନ ରେ ଚଳାନପଡା ବିଜୟ ଲାଭ କରିଥଲା |
