
କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା CISFର ଏକ ୫୦ ଜଣିଆ ସାଇକେଲ ରାଲିରେ କଲିକତାରୁ ବାହାରି ଗୋପାଳପୁର ବେଳାଭୂମି ଠାରେ ପହଞ୍ଚି CISFର senior commandant ଆଲୋକ ଜିଙ୍କ ନେତୃତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଉପସ୍ଥିତ ଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର SP ଶ୍ରବନ୍ ବିବେକ୍ ଏମ୍, ବ୍ରହ୍ମପୁର ଭାରୋତ୍ତୋଳକ ରବି କୁମାରଙ୍କ ସମେତ ଅଞ୍ଚଳ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସାଇକେଲରେ ଆସିଥିବା ସାଇକ୍ଳୋଥନ ମାନଙ୍କୁ ସ୍ଵାଗତ କରିବା ସହ ବେଳାଭୂମି ମଞ୍ଚରେ ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ସେମାନ ମନୋବଳକୁ ବଡାଇଥିଲେ ଏହି ସାଇକେଲ ରାଲି ଭାରତର ୬୫୫୩ କିଲୋମିଟର ଅତିକ୍ରମ କରିବାର ଯୋଜନା ରହିଛି ଏହି ସାଇକେଲ ରାଲିର ମୁଖ୍ୟ ଉଦେଶ୍ୟ ଦେଶର ସମସ୍ତ ତଟ ସୁରକ୍ଷା ସଚେତନତା ଅଭିଯାନ। ଏହି କାର୍ଯ୍ୟକ୍ରମ CISFର ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆରମ୍ଭ କରାଯାଇଥିବା senior commandant ଆଲୋକ ଜେନ୍ ସୁଚନା ଦେଇଥିବା ବେଳେ ଶେଷରେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ ସହ ହୋଲି ଖେଳି ହୋଲିର ଶୁଭେଚ୍ଛା ଜଣାଇବା ପରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ନିଜେ ସାଇକେଲ ଚଲାଇ ଗୋପାଳପୁର ବେଳାଭୂମି ଠାରୁ ରାଲିରେ ବାହାରି ଥିଲେ l ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ