*ରୋହିତ ପୂଜା ଭଣ୍ଡାର ରେ ଚୋରି, ଖଡିଆଳ ସହରରେ ଦୋକାନ ଗୃହ ଚୋରି ଗୋଷ୍ଠୀ ସକ୍ରିୟ ଆବଶ୍ୟକ ପଦକ୍ଷେପ ପାଇଁ ବଣିକ ସଂଘ ପକ୍ଷ ରୁ ପୋଲିସ ଙ୍କୁ ଦାବୀପତ୍ର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ସହର ରେ ବ୍ୟାପକ ଚୋରା କାରବାର ବୃଦ୍ଧି ହେଉଅଛି। ବର୍ତ୍ତମାନ ଦୋକାନ ଗୃହରେ ଚୋରି
ଗୋଷ୍ଠୀ ଙ୍କ ଆତଙ୍କ ଲାଗି ରହିଥିବା ବେଳେ ପୋଲିସ ନିଷ୍କ୍ରିୟତା ନେଇ ବାଣୀକ ସଂଘ ପକ୍ଷ ରୁ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି। ଡିସେମ୍ବର ମାସ ରେ ଖଡିଆଳ ସହର ରେ ବ୍ୟାପକ ଦୋକାନ ଚୋରି, ମହିଳା ଙ୍କ ବେକ ରୁ ସୁନା ଚେନ ଟାଣି ନେବା ଘଟଣା ସମ୍ମୁଖ ହେଉଅଛି। ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଘଟଣାର ତଦନ୍ତ କରିଛନ୍ତି।ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ବୋଲି ପ୍ରକାଶ କରିଛନ୍ତି। ଦିନ କୁ ଦିନ ଖଡିଆଳ ସହର ରେ ଚୋରି ଘଟଣା ବୃଦ୍ଧି ହେଉଥିବା ବେଳେ ଅନେକ ଗ୍ରାମାଞ୍ଚଳ ସଡ଼କ ରେ ଅଟକାଇ ଲୁଟ ପାଟ ହେଉଥିବା ଅଭିଯୋଗ ଆସୁଅଛି। ପୋଲିସ ପ୍ରଶାସନ ର ନିଷ୍କ୍ରିୟତା କାରଣ ରୁ ଅପରାଧ ସଂଖ୍ୟା ବୃଦ୍ଧି ପାଉଛି। ତୁରନ୍ତ ଏହାର ସମାଧାନ କରିବା ପାଇଁ ବିଭାଗ କୁ ଅନୁରୋଧ। ବ୍ୟାପକ ମଧ୍ୟ କୋଟି ମଧ୍ୟ ବୃଦ୍ଧି ହେଉଥିବା ବେଳେ ସହରରେ ମଦ କୋଟି ଏକ ଲଜ୍ଜାଜନକ ଅଟେ।
