*ନୂଆପଡ଼ା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିସର ମଧ୍ୟରେ ଆରମ୍ଭ ହେଲା ୧୦ ନମ୍ୱର୍ ୱାର୍ଡ ରେ ପୌର ପରିଷଦ ପ୍ରଶାସନ, ୨୩ ଗୋଟି ଅଭିଯୋଗ ଶୁଣାଣୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିସର ମଧ୍ୟରେ ଆରମ୍ଭ ହେଲା ୧୦ ନମ୍ୱର୍ ୱାର୍ଡ ରେ ପୌର ପରିଷଦ ପ୍ରଶାସନ, ୨୩ ଗୋଟି ଅଭିଯୋଗ ଶୁଣାଣୀ କରିଥିବା ବେଳେ ୧୪ ଅଭିଯୋଗ ସମାଧାନ କରିଥିଲେ। ୯ ଗୋଟି ଅଭିଯୋଗ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ବର୍ତ୍ତମାନ ଅଭିଯୋଗ ନେଇ ଜନସାଧାରଣ ଙ୍କୁ ଏନ୍ ଏ ସି କୁ ଆସିବାକୁ ପଡ଼ିବ ନାହିଁ। ପୌର ପରିଷଦ ପ୍ରଶାସନ ଏଣିକି ୱାର୍ଡ ରେ ପହଞ୍ଚି ସମସ୍ୟା ଶୁଣିବ। କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଏବଂ ୱାର୍ଡ ସଭ୍ୟ ଚନ୍ଦନ ସାହୁ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ।
