♠
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାରେ ନୂତନ ଭାବେ ଯୋଗଦାନ କଲେ ନିରୀକ୍ଷକ (ଆଇଆଇସି) ପଞ୍ଚାନନ ମହାନ୍ତି । ଶ୍ରୀ ମହାନ୍ତି ଚାନ୍ଦବାଲି ଥାନାରୁ ବଦଳି ହୋଇ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ମାସକ ପୂର୍ବେ ଯୋଗ ଦେଇଥିଲେ। ତେବେ ସେ ଆଇ ଆଇ ସି ସୁଜାତା ଖମାରୀଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ ସୁଜାତା ଖମାରୀ ଅନୁଗୋଳ ଜିଲ୍ଲା ପୁଲିସ ପ୍ରଶିକ୍ଷଣ କଲେଜକୁ ବଦଳି ହୋଇଛନ୍ତି l ପ୍ରାୟ ଏକ ମାସ ହେବ ଖୁଣ୍ଟା ଆଇଆଇସି ପଦ ଖାଲି ପଡ଼ିଥ୍ଲା ତାହା ଏବେ ପୂରଣ ହୋଇଛି l ତେବେ ଖୁଣ୍ଟା ଅଞ୍ଚଳରେ ଆଇନ ଶୃଙ୍ଖଳାକୁ କିପରି ନିୟନ୍ତ୍ରଣ କରି ରଖୁଛନ୍ତି ଦେଖିବାକୁ ବାକି ରହିଲା l
ମୟୂରଭଞ୍ଜ ଖୁଣ୍ଟାରୁ ବାସୁଦେବ ପାତ୍ରଙ୍କ ରିପୋର୍ଟ।
