ଗୋପାଳପୁର ପ୍ରେସ୍ କାଉନସିଲ ପକ୍ଷରୁ ଗୋପାଳପୁର ବେଳାଭୂମି ଠାରେ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ UTV ନିର୍ଦ୍ଦେଶକ ନାଗେଶ୍ବରାଓ ସୁବୁଦ୍ଧି ଅନ୍ୟତମ ଅତିଥି ଭାବେ ବିକଳ୍ପ ଖବରକାଗଜର ସମ୍ପାଦନ ଜୟରାମ ମହାରଣା ଗୌରାଙ୍ଗ ଚୌଧୁରୀ,ଶୁଭେନ୍ଦୁ କୁମାର ଦାସ,A. ନାଗଭୂଷଣ, ଇଶ୍ଵରୀ ରାଉତ ମଞ୍ଚାସିନ ରହିଥିବା ବେଳେ ବରିଷ୍ଟ ସାମ୍ବାଦିକ A. ନାଗଭୂଷଣ, ରମେଶ କୁମାର ସାହୁ ଏବଂ ବେଷ୍ଟ କମ୍ପୁଟର ତାଲିମ କେନ୍ଦ୍ରର ପରିଚାଳକ ରଘୁରାମ ସାହୁଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ଗୋପାଳପୁର ପ୍ରେସ୍ କାଉନସିଲର କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ ରମେଶ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଶୁଭେନ୍ଦୁ କୁମାର ଦାସ, ସମ୍ପାଦକ ରଘୁରାମ ସାହୁ,ସହ ସମ୍ପାଦକ ସନ୍ଦେଶ କୁମାର ସାହୁ, ସଞ୍ଜୟ କୁମାର ବିଶ୍ବାଳ କଷାଦକ୍ଷ ଭାବେ ଇଶ୍ଵରୀ ରାଉତଙ୍କୁ, ଉପଦେଷ୍ଟା ଭାବେ ରମେଶ କୁମାର ବେହେରା,ଅନିଲ୍ କୁମାର ଚୌଧୁରୀ,A. ନାଗଭୂଷଣ ଗୌରାଙ୍ଗ ଚୌଧୁରୀଙ୍କୁ ଚୟନ କରାଯାଇଥିବା ବେଳେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଗଜାନନଙ୍କ ନିକଟରେ ଦ୍ଵିପ ପ୍ରଜ୍ଜ୍ୱଳନ କରାଯିବା ସହ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ ମାନେ ଦ୍ଵିପ ମନ୍ତ୍ର ଏବଂ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ପରେ ରମିଳା ଦାସଙ୍କ ଦ୍ବାରା ମଞ୍ଚ ପରିଚାଳନା କରାଯାଇଥିଲା। ଏହି ଅବସରେ ୧୫ରୁ ଉର୍ଦ୍ଧ୍ବ ବରିଷ୍ଟ ସାମ୍ବାଦିକ ଏବଂ ଆଇନଜୀବୀ ଓ ବରିଷ୍ଟ ନାଗରିକଙ୍କୁ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା। ପରେ ଗୋପାଳପୁର ପ୍ରେସ୍ କାଉନସିଲର ନୂତନ ଭାବେ ଚୟନ ହୋଇଥିବା ସଭାପତି ରମେଶ କୁମାର ସାହୁ ଘୋଷଣା କରିଥିଲେ ଯେ ଅଞ୍ଚଳର ନିହାତି ୫ ଜଣ ଇଛୁକ ଗରିବ ପିଲାମାନଙ୍କୁ ବେଷ୍ଟ କମ୍ପୁଟର ତାଲିମ କେନ୍ଦ୍ରରେ ସଂଘ ପକ୍ଷରୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବାକୁ ଘୋଷଣା କରିଥିଲେ। ଏହି ଅବସରରେ ରମେଶ କୁମାର ବେହେରା, ଆଶିଷ କୁମାର ସାହୁ,ସମିର କୁମାର ସାହୁ, ଆଶୁତୋଷ ମଝି,ସଭ୍ୟ ବିଷଇ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଭଞ୍ଜଦୂତ ନିୟୁଜ
