କେନ୍ଦୁଝର ଡେଭଲେମେଣ୍ଟ ଟ୍ରଷ୍ଟ,ପ୍ରଗତି ଫାଉଣ୍ତସନ ଟ୍ରଷ୍ଟ ଓ ପଞ୍ଚାୟତସ୍ତରୀୟ ସ୍ବଂୟସହାୟକଗୋଷ୍ଠୀ ସଂଘର ମିଳିତ ଆନୁକୂଲ୍ୟରେ ସଦର ବ୍ଲକ ମଇଦାନକେଲ ହାଟ ପଡିଆ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳିତ ହୋଇଛି।ମଇଦାନକେଲ ପଞ୍ଚାୟତ ର ସହଯୋଗରେ ଆୟୋଜିତ ଏହି ଆଞ୍ଚଳିକ ମହିଳା ସମ୍ମିଳନୀ କୁ ଅତିଥିମାନେ ମା’ ତାରିଣୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଧୂପଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ।ଏମବିକେ ଶ୍ରୀମତୀ ରଞ୍ଜିତା ମହାନ୍ତ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ।କେନ୍ଦୁଝରଗଡ ପୈାରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଦକ୍ଷତା ବୃଦ୍ଧି ସହିତ ସ୍ବାବଲମ୍ବୀ ସାହସି ମହିଳା ହେବାକୁ ଆହ୍ବାନ ଦେଇଥିଲେ।ଅବସରପ୍ରାପ୍ତ ପ୍ରଧ୍ୟାପକ ତଥା କେନ୍ଦୁଝର ଟ୍ରଷ୍ଟର ବରିଷ୍ଠ ଟ୍ରଷ୍ଟି ଡ. ବିମ୍ବାଧର ବେହେରା ମୁଖ୍ୟବକ୍ତାଭାବେ ଯୋଗଦେଇ ମହିଳାମାନେ ଭାରତୀୟ ସଂସ୍କୃତି ରେ ଚିର ସମ୍ମାନୀୟl,ରାଷ୍ଟ୍ର ଗଠନରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବାେଲି କହିଥିଲେ।ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ପବିତ୍ର କୁମାର ବାରା,ସଂଯୋଜିକା ଶ୍ରୀମତୀ ସ୍ମିତା ପାଢୀ ସମ୍ମlନୀୟ ଅତିଥି ଭାବେ ଯାେଗଦେଇ ଲକ୍ଷପତି ଦିଦି ଓ ସରକାର ଙ୍କ ମହିଳା ଅଭିମୁଖ୍ୟ ଯୋଜନା ବିଷୟରେ ବୁଝାଇଥିଲେ।ଏହାସହ ଜଙ୍ଗଲ ସୁରକ୍ଷା ବିଷୟରେ ସମସ୍ତ ଙ୍କୁ ଆହ୍ବାନ ଦେଇଥିଲେ।ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରାଣୀବିଭାଗର ଅତିରିକ୍ତ ପ୍ରାଣୀସଂମ୍ପଦ ଅଧିକାରୀ ଡା.ରାମଚନ୍ଦ୍ର ମହାନ୍ତି ଯୋଗଦେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା,ମହିଳା ଚାଷୀ ଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ପ୍ରାଣୀଧନ ସଂମ୍ପର୍କିତ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିବା ସହ ସଶକ୍ତ ମହିଳା ସମାଜ ଗଢିବାର କୈାଶଳ ପ୍ରଦାନ କରିଥିଲେ।ମଇଦlନକେଲ ସରପଞ୍ଚ ଭାଗିରଥି ସିଂ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡା. ମାନସୀ ପଣ୍ତା ମହିଳା ମାନଙ୍କର ସ୍ବାବଲମ୍ବନ ଓ ମା’ ଶିଶୁର ଯତ୍ନ ସଂମ୍ପର୍କରେ ବୁଝାଇଥିଲେ।ଅନ୍ୟତମ ଅତିଥି ଅଧିବକ୍ତା ଶ୍ରୀମତୀ କଳ୍ପନା ସାମଲ ଘୋରଇହିଂସା ସୁରକ୍ଷା ଆଇନ,ବାଲ୍ୟବିବାହ ନିଷେଧ ଆଇନ,କାର୍ଯ୍ୟକ୍ଷେତ୍ରରେ ଯୈାନଶୋଷଣ ନିଷେଧ ଆଇନ,କିଶୋର ନ୍ୟାୟ ଆଇନ,ଜଙ୍ଗଲ ଅଧିକାର ଆଇନ ଆଦି ବିଷୟରେ ଜଣାଇଥିଲେ।ବ୍ଲକ ପ୍ରୋଗରାମ ମ୍ୟାନେଜର ଓଏଲ୍ ଏମ୍ ଶ୍ରୀ ବିକ୍ରମ କେଶରୀ ଦାସ,ଯୁବନେତା ଚିନ୍ତାମଣି ମହାନ୍ତ,ନାରୀନେତ୍ରୀ ରଞ୍ଜୁଲତା ମହାନ୍ତ,କାଞ୍ଚନଵାଲା ମହାନ୍ତ,ସୁମତି ମୁଣ୍ଡାରୀ,ସଂସାରୀ ମହାନ୍ତ,ସାବିତ୍ରୀ ମହାନ୍ତ, ପ୍ରତିମା ନାଏକ,ସେବତୀ ମହାକୁଡ଼,ଦୀପାଞ୍ଜଳି ସିଂ, ଶକୁନ୍ତଳା ନାଏକ,ନିବେଦିତା ମହାନ୍ତ,ସବିତା ମହାନ୍ତ,ରଶ୍ମିଲତା ମହାନ୍ତ,ପଦ୍ମିନୀମହାନ୍ତ ଆଦି
ନିଶାନିବାରଣ, ନାରୀ ଶକ୍ତିଜାଗରଣ,ସାମଗ୍ରୀକ କୃଷି,ମଦ ମୁକ୍ତ ଗ୍ରାମ ଗଠନ ଓ ଜଙ୍ଗଲ ସୁରକ୍ଷା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ସଂମ୍ପାଦକ ତଥା ପରିବେଶ ବିତ୍ ଶ୍ରୀ ଭକ୍ତବତ୍ସଳ ମହାନ୍ତି କାର୍ଯ୍ୟକ୍ରମ ସଂଯାଜନା କରିଥିଲେ।ଜୈବବିବିଧତା ଓ ଜଙ୍ଗଲ ସୁରକ୍ଷା ପାଇଁ ଆହ୍ବନ ଦେଇଥିଲେ।ପ୍ରଗତି ଫାଉଣ୍ତେସନ ଟ୍ରଷ୍ଟ ସଭାପତି ଶ୍ରୀ ମନୋଜ କୁମାର ମହାନ୍ତ,ସଂମ୍ପାଦକ ରଣଜିତ କୁମାର ମହାନ୍ତ,ଟ୍ରଷ୍ଟି ତ୍ରିଲୋଚନ ମହାନ୍ତ,ସୁଶାନ୍ତ ମହାନ୍ତ,ଅଭିଳାଷ ମୁଣ୍ଡାରୀ, ସୁବାଷ ଚନ୍ଦ୍ର ମହାନ୍ତ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ଜଗତଜିତା ଦାସ,ମୁର୍ଗାବତୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ବାରଖଣ୍ତା,ବାସୁଦେବପୁର,ଛେମୁଣ୍ତିବିଲ,ଦେଓବନ୍ଧ,ହରିହରପୁର,ଜଗନ୍ନାଥପୁର,କେରୀ,ବଡପୋଶି,ବଳିଆବେଡା,ମଇଦାନକେଲ,ତାଳପଦା ଗ୍ରାମରୁ ୩୬୨ଜଣ ସ୍ବଂୟସହାୟକଗୋଷ୍ଠୀର ମହିଳାମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ଅନ୍ତର୍ଜାତୀକ ମହିଳା ଦିବସ ଅବସରରେ ଗ୍ରାମ ମାନଙ୍କରେ ରାଲିକରିଥିଲେ l ୧୪ଜଣ ମହିଳା ଚାଷୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ତିଳତ୍ତୋମା ମହାନ୍ତ ସ୍ମାରକୀ ପୁରସ୍କାର ଆସନ୍ତା ବର୍ଷ ଦେବା ପାଇଁ କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ଘୋଷଣା କରିଛି।ଶେଷରେ ଝୁମର ଗୀତର ତାଳେ ତାଳେ ଦଳଗତ ନୃତ୍ୟ ମହିଳା ମାନେ କରିଥିଲେ ।
