*ନୂଆପଡା ଜିଲ୍ଲାପାଳଙ୍କ ମାର୍ଗ ଦର୍ଶନରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଓ ଆର.କେ. ଏଚଆଇଭି ଏଡସ୍ ଗବେଷଣା ଏବଂ ସେବା କେନ୍ଦ୍ର, ମୁମ୍ବାଇ ଜିଲ୍ଲାର ଟି ବି ରୋଗୀଙ୍କୁ ସହାୟତାର ହାତ ବଢ଼େଇଲେ l
ଖରିଆର ରୋଡ୍, ନୂଆପଡା ( ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ମାର୍ଗ ଦର୍ଶନରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଓ ଆର.କେ. ଏଚଆଇଭି ଏଡସ୍ ଗବେଷଣା ଏବଂ ସେବା କେନ୍ଦ୍ର, ମୁମ୍ବାଇ RK HIV AIDS Research & Care Centre, Mumbai ଜିଲ୍ଲାର ଟି ବି ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି l
ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଙ୍କ ସିଏସଆର ପ୍ରୟାସ ଅନ୍ତର୍ଗତ ଏହା ଏକ କାର୍ଯ୍ୟକ୍ରମ l ଏହାର ସହାୟତାରେ ଡ଼ା. ଧର୍ମେନ୍ଦ୍ର କୁମାର, ଚେୟାର ମେନ୍,ଆର.କେ. ଏଚଆଇଭି ଏଡସ୍ ଗବେଷଣା ଏବଂ ସେବା କେନ୍ଦ୍ର, ମୁମ୍ବାଇଙ୍କ ନେତୃତ୍ବରେ ନୁଆପଡା ଜିଲ୍ଲାରେ ୩୨୦୦ ଟିବି ରୋଗୀଙ୍କ ପାଇଁ ପୋଷଣ କିଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି l ୩୬,୦୦୦ ରୁ ଅଧିକ ମେଡିକାଲ୍ କ୍ୟାମ୍ପ ସଫଳତାର ସହିତ ଆୟୋଜନ କରିଥିବାରୁ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶ୍ବର ପ୍ରଥମ ସଂସ୍ଥା ଯାହାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ରେ ସ୍ଥାନ ମିଳିଛି l କ୍ଷୟରୋଗ ମୁକ୍ତ ଓଡ଼ିଶା ଓ ଟିବି ମୁକ୍ତ ଭାରତ ଅଭିଯାନକୁ ସୁଦୃଢ କରିବା ପାଇଁ ନିକ୍ଷୟ ମିତ୍ର ପୋଷଣ କିଟ୍ ବଣ୍ଟନ ଉଦ୍ୟମର ଶୁଭ ଉଦ୍ଘାଟନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଖରିଆର ରୋଡ଼ ରେ ଆରମ୍ଭ ହୋଇଛି।ଏହି ସଂସ୍ଥା ୮୦୦ ଟିବି ରୋଗୀଙ୍କୁ କୋଳକୁ ନେଇ ସେମାନଙ୍କୁ ଓ ସେମାନଙ୍କ ୩ ପରିବାର ସଦସ୍ୟଙ୍କୁ ପ୍ରତି ମାସ ପୋଷଣ ସହାୟତା ଯୋଗାଇ ଦେବ ।ଏହି ପ୍ରକଳ୍ପ ଅଧୀନରେ ପ୍ରତିମାସ ୩୨୦୦ ଲୋକ (୮୦୦ ଟିବି ରୋଗୀ ସହିତ ପ୍ରତ୍ୟେକଙ୍କ ୩ ଜଣ ପରିବାର ସଦସ୍ୟ)ଙ୍କୁ ପୋଷଣ କିଟ୍ ବଣ୍ଟନ କରାଯିବ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ହିସାବରେ ଡ଼ା. ଧନେଶ୍ବର ସେଠୀ, CDM & PHO, ନୂଆପଡା,ଡ଼ା. ଦିଲୀପ କୁମାର ଦାସ, DTO, ଶ୍ରୀ ରୋହିତ, CSR Manager, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
ଡ଼ା. ବୀରେନ୍ଦ୍ର କୁମାର ବାଗ, Medical Superintendent, CHC ଖରିଆର ରୋଡ୍,ସତ୍ୟନାରାୟଣ ତ୍ରିପାଠୀ, DPM, ତାପସ ବହିଦାର, DPC, ଇପ୍ସିତ ହୋତା, BPM, CHC ଖରିଆର ରୋଡ୍, ୟୋଗିତା ବୋର୍କର୍,ପ୍ରୋଜେକ୍ଟ ହେଡ୍, ଆରକେ, ଅନିଭୂଷଣ ରାୟ, Program Controller, RK,ସତ୍ୟଜୀତ୍ ଦାସ, Project Manager, RK, ଦେବିପ୍ରସାଦ ମିଶ୍ର, ପିପିଏମ୍ ସମନ୍ବୟକ ଉପସ୍ଥିତ ଥିଲେ l
ଉଦ୍ଘାଟନ ସମାରୋହରେ 35 ଜଣ ଟିବି ରୋଗୀଙ୍କ ପରିବାରକୁ 140 ପୋଷଣ କିଟ୍ ବଣ୍ଟନ କରାଯାଇଛି। ଏହା ଟିବି ମୁକ୍ତ ପଞ୍ଚାୟତ ଓ ଟିବି ମୁକ୍ତ ଭାରତ ଗଠନରେ ନୂଆପଡା ଜିଲ୍ଲା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ l ଜିଲ୍ଲାପାଳ ଶ୍ରୀ ଦାଶ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଓ ଆର.କେ. ଏଚଆଇଭି ଏଡସ୍ ଗବେଷଣା ଏବଂ ସେବା କେନ୍ଦ୍ର, ମୁମ୍ବାଇ ଙ୍କର ଜିଲ୍ଲାର ଅସହାୟ ଟି ବି ରୋଗୀଙ୍କୁ ଏଭଳି ସହାୟତା ପ୍ରଦାନ ର ପ୍ରଶଂସା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l
