ସମ୍ମିଳିତ କର୍ମଯୀବି ସାମ୍ୱାଦିକ ମହାସଂଘ ବାଲେଶ୍ୱର ଶାଖାର ବୈଠକ:
ବାଲେଶ୍ୱର (ସ୍ୱତନ୍ତ୍ର ପ୍ରତିନିଧି) ୨୪ ତାରିଖ ଅପରାହ୍ନରେ ଓଟି ରୋଡ ସ୍ଥିତ ଅଙ୍ଗାର ଗଡ଼ିଆ ଠାରେ ମହେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ମିଳିତ କର୍ମଜୀବି ସାମ୍ୱାଦିକ ମହାସଂଘ ବାଲେଶ୍ଵର ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରରେ ଆସନ୍ତା ୨୯ ତାରିଖ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୀତବାସ ମିଶ୍ର ଙ୍କ ବଲେଶ୍ୱର ଆଗମନ ପରିପ୍ରେକ୍ଷିରେ ବୈଠକରେ ଆଲୋଚନା ହୋଇଥିଲା ।ଏଥିରେ ସର୍ବଶ୍ରୀ ସୃଷ୍ଟିଧର ପରିଡା, ଶୁଭେନ୍ଦୁ କୁମାର ଦାଶ, ଅପର୍ଣ୍ଣା ମହାପାତ୍ର, ଭବେଶ ପାଣିଗ୍ରାହୀ,କଞ୍ଜମଣୀ ସ୍ବାଇଁ, ମନୋଜ ବିଶ୍ୱାଳ, ମିତାଞ୍ଜଳି ପାଣିଗ୍ରାହି, ଦମୟନ୍ତୀ ପଣ୍ଡା, ଭଗବାନ ଚନ୍ଦ୍ର ଦାସ, ହରିଶଙ୍କର ଜେନା, ଶରତ ବାରିକ, ତପନ ଦାଶ, ସୁରେନ୍ଦ୍ର ମୋହନ ଜେନା, ମହେଶ୍ୱର ପ୍ରଧାନ, କମଳାକାନ୍ତ ନାୟକ, ଦେବବ୍ରତ ପାଣିଗ୍ରାହୀ, ସମ୍ବିତ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା,ମଧୁସୂଦନ ଗିରି, ବିସ୍ମୟ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।।।
