‘ବିକଶିତ ଦେବଗଡ଼’ ଗଢ଼ିବା ଉଦ୍ଦେଶ୍ୟରେ ଆଜି ଦେବଗଡ଼ରେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ Dharmendra Pradhan, ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶ୍ରୀ Rabi Narayan Naik ଏବଂ ସ୍ଥାନୀୟ ବିଧାୟକ ଶ୍ରୀ Romanch Ranjan Biswalଙ୍କ ଗରିମାମୟ ଉପସ୍ଥିତିରେ ପ୍ରାୟ ୨୮୦ କୋଟି ଟଙ୍କା ମୂଲ୍ୟର ୧୨୪ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଗଲା। ଏହି ଅବସରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ମଧ୍ୟ ହସ୍ତାନ୍ତର କରାଗଲା।
ଏହି ପ୍ରକଳ୍ପଗୁଡ଼ିକ ଦେବଗଡ଼ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଆଗାମୀ ଦିନରେ ବିକାଶର ଏକ ଦୃଢ଼ ମାଇଲସ୍ଟୋନ ସାବ୍ୟସ୍ତ ହେବ।
ଆମ ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଦେବଗଡ଼କୁ ଏକ ଅର୍ଥନୈତିକ ଭାବେ ସମୃଦ୍ଧ ଓ ସ୍ୱାବଳମ୍ବୀ ଅଞ୍ଚଳରେ ପରିଣତ କରିବା, ଯାହା ମାଧ୍ୟମରେ ପ୍ରାୟ ଏକ ଲକ୍ଷ ପରିବାରର ଜୀବନମାନର ସୁଧାର ଆଣାଯିବ। ଏହି ଉଦ୍ଦେଶ୍ୟ ସାଧନ ପାଇଁ କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ ଓ ଜଙ୍ଗଲଜାତ ଉତ୍ପାଦର ସଦୁପଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସେଥିପରି ଜଳସେଚନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ କ୍ଷେତ୍ରଗୁଡ଼ିକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।
ଜନସାଧାରଣଙ୍କ ସହ ସିଧାସଳଖ ସଂଯୋଗ ଓ ସେମାନଙ୍କ ମୂଲ୍ୟବାନ ପରାମର୍ଶକୁ ଆଧାର କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modiଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ସମଗ୍ର ବିକାଶ ପାଇଁ ପ୍ରତିବଦ୍ଧ।
ଏହି ପରିପ୍ରେକ୍ଷିତରେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମହିଳା ସଶକ୍ତିକରଣ ଦିଗରେ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ। ଏହା ଦ୍ୱାରା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଆସନ ସଂଖ୍ୟା ବୃଦ୍ଧି ପାଇବ, ଯାହା ତାଙ୍କର ନେତୃତ୍ୱକୁ ସୁଦୃଢ଼ କରିବା ସହ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାରିକୁ ନିଶ୍ଚିତ କରିବ।
ମା’ ଓ ଭଉଣୀମାନଙ୍କ ମଧ୍ୟରେ ଏହି ଯୋଜନା ପ୍ରତି ଦେଖାଯାଉଥିବା ଉତ୍ସାହ ନିଶ୍ଚୟ ଭାବେ ପ୍ରଶଂସନୀୟ। କିନ୍ତୁ ଦୁଃଖର ବିଷୟ ଯେ, କିଛି ବିରୋଧୀ ଶକ୍ତି ମହିଳାଙ୍କ ପାଇଁ ଆସନ ବୃଦ୍ଧିକୁ ସମର୍ଥନ କରୁନାହାନ୍ତି, ଯାହା ନାରୀ ସଶକ୍ତିକରଣର ପଥରେ ବାଧା ସୃଷ୍ଟି କରୁଛି। ଏପରି ସଙ୍କୀର୍ଣ୍ଣ ମନୋଭାବକୁ ତ୍ୟାଗ କରି ସମାଜର ସମସ୍ତ ଶ୍ରେଣୀକୁ ଏକତ୍ର ହୋଇ ନାରୀ ଶକ୍ତିର ସମ୍ମାନ ଓ ଉନ୍ନତି ପାଇଁ ଆଗୁଆ ହେବା ଆବଶ୍ୟକ।
ଦେବଗଡ଼ର ସମଗ୍ର ବିକାଶ ଓ ଜନକଲ୍ୟାଣ ପାଇଁ ଆମେ ସମସ୍ତେ ଏକତ୍ର ହୋଇ ସଂକଳ୍ପବଦ୍ଧ ହେବା—ଏହାହିଁ ଆମର ସାମୂହିକ ଦାୟିତ୍ୱ।
