ନିଖୋଜ ଯୁବକଙ୍କ ଶବ ଉଦ୍ଧାର ।
ଢେ଼ଙ୍କାନାଳ ଜିରାଳ : ଭୁବନ ବ୍ଳକ୍ ଓଢ଼ଣା ଗ୍ରାମ ନିକଟସ୍ଥ ରାମିଆଳ ନଦୀ ଘାଟରୁ ଜଣେ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତକ ସୁରପ୍ରତାପପୁର ଗ୍ରାମର ନିରାକାର ସାହୁ (୪୦)। ସେ ଦୁଇଦିନ ହେଲା ନିଖୋଜ ଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବେ ନିରାକାର ବାଦାମ ବିଲକୁ ଚାଷ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କ ପତ୍ତା ପାଇନଥିଲେ। ଆଜି ସକାଳ ପ୍ରାୟ ୮ଟା ସମୟରେ ଓଢ଼ଣା ଗ୍ରାମ ନିକଟସ୍ଥ ନଦୀଘାଟରେ ତାଙ୍କ ମୃତଦେହ ଭାସୁଥିବା ଦେଖାଯାଇଥିଲା। ଖବର ପାଇ ଭୁବନ ପୋଲିସ୍ ପହଞ୍ଚ୍ ଅଗ୍ନିଶମ ବାହିନୀ ସହଯୋଗରେ ଶବ ଉଦ୍ଧାର କରିଥିଲା। ପରିବାର ଲୋକ ମୃତଦେହ ଚିହ୍ନଟ କରିବା ପରେ ଶବ ବ୍ୟବଚ୍ଛେଦ କରାଇ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।
