
———————————————————————————————————————————–
କେନ୍ଦୁଝର .( ରୁଦ୍ର ନାରାୟଣ ଲୋହର )ସର୍ବୋଦୟ ପରିବାର ଆନୁକୂଲ୍ୟରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟି ସର୍ବୋଦୟ ସମିତି ପରିସରରେ ଗତ “ଗାନ୍ଧୀ ଦର୍ଶନ ଆଲୋଚନା ଚକ୍ର” ଓ “ସର୍ବୋଦୟ ପ୍ରଵକ୍ତା ରବିପଟ୍ଟନାୟକ ଙ୍କ ଜୟନ୍ତୀ” ପାଳନ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ସୁଲେଖିକା ଆନନ୍ଦିକା ସାମନ୍ତରାୟ ପରିଚାଳନା କରିଥିଲେ I ଏହି କାର୍ଯ୍ୟ କ୍ରମରେ କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରୁ ସର୍ବୋଦୟ ପରିବାରର ସଦସ୍ୟ, ଶିକ୍ଷକ ,ଶିକ୍ଷୟିତ୍ରୀ ,ଆଦିବାସୀ ଓ ବନବାସୀ ନେତୃମଣ୍ଡଳୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ I
ଓଡିଶା ଗାନ୍ଧୀ ବିଚାର ପରିଷଦ ର ଅଧ୍ୟକ୍ଷ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ସ୍ୱର୍ଗତ ରବି ପଟ୍ଟନାୟକ ଜଣେ ବ୍ୟକ୍ତି ନୁହଁ ସେ ଜଣେ ଅନୁଷ୍ଠାନ ଥିଲେ ଓ ଆଦର୍ଶ ଗାନ୍ଧିବାଦୀ ଥିଲେ I ରମାଦେବୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶୁଆକାଟି ରେ “ସର୍ବୋଦୟ ସେବା ସମିତି” ଗଠନ କରିଥିଲେ I ୧୯୭୧ ମସିହାରୁ ବାଂଶପାଳ ଓ ତେଲକୋଇ ବ୍ଲକ ର ଅଗମ୍ୟ ଓ ଦୁର୍ଗମ ଅଞ୍ଚଳରେ ୭୫ ରୁ ଉର୍ଦ୍ଧ ବାଲବାଡ଼ି କେନ୍ଦ୍ର ଚଳାଇ ଶିକ୍ଷାରୁ ବଞ୍ଚିତ ଆଦିବାସୀ ଶିଶୁ ମାନଙ୍କୁ ଶିକ୍ଷା ର ଆଲୋକ ଦେଖାଇ ଥିଲେ I ବାଂଶପାଳ ରେ ଅକାଳ ପଡିବା ସମୟରେ ତଳଚମ୍ପେଇ ଠାରେ “ଖାଦ୍ୟ ବଦଳରେ କାର୍ଯ୍ୟ ” ଯୋଜନାରେ ରିଲିଫ କମିଟି କଟକ ର ସହଯୋଗ ରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିଥିଲେ I ଯାହା ଆଜି “ସର୍ବୋଦୟ ବନ୍ଧ” ନାମରେ ସମସ୍ତେ ଜାଣନ୍ତି I ସେ ଆଜି ପର୍ଯ୍ୟନ୍ତ ବର୍ଷ ର ବାରମାସ ଯାଏ ଚମ୍ପେଇ ରେ ଜଳ ସେଚନ କାର୍ଯ ଅନବରତ ଚାଲୁ ରହିଛି I ବାଲବାଡ଼ି ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟ କରାଉଥିଲେ ଓ ସ୍ୱାବଲମ୍ବୀ ହେବାପାଇଁ ପ୍ରବର୍ତ୍ତାଉ ଥିଲେ I ତାଙ୍କର ଏହି ଆହ୍ୱାନ କ୍ରମେ ଆଜି ଅନେକ କର୍ମୀ ଓଡିଶା ତଥା ରାଜ୍ୟ ବାହାରେ ନିଜ ର ଗାନ୍ଧୀ ଦର୍ଶନ ରେ ଦୀକ୍ଷିତ ହୋଇ ସେବା କାର୍ଯରେ ନିଜକୁ ହେଜେଇ ଦେଇଛନ୍ତି I
ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ବିମ୍ବାଧର ବେହେରା କହିଲେ ସ୍ବର୍ଗତ ରବି ପଟ୍ଟନାୟକ ଶିକ୍ଷାର ପ୍ରସାର ପାଇଁ ବାଲ ବାଡ଼ି ସହିତ ବିଭିନ୍ନ ଶିକ୍ଷାକେନ୍ଦ୍ର ମାନ ସ୍ଥାପନ କରି ସାକ୍ଷରତା ଅଭିଯାନ ଚଳାଇଥିଲେ I ସ୍ବର୍ଗତ ରବି ବାବୁଙ୍କ ସହିତ ପ୍ରତ୍ୟେକ୍ଷ ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ସାମାଜିକ କର୍ମୀ ବୀର ନାଏକ ,ଗାନ୍ଧୀ ବିଚାର ପରିଷଦ ର ଉପସଭାପତି କର୍ଣାଟ କିଶୋର ଜେନା ,ଅଧ୍ୟାପକ ରମାକାନ୍ତ ସ୍ୱାଇଁ ଇତ୍ୟାଦି ରବି ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ I ରବି ବାବୁଙ୍କ ୧୦୦ ତମ ଜନ୍ମଜୟନ୍ତୀ ଓ ସ୍ମରଣିକା ପ୍ରକାଶନ ପାଇଁ ଏକ କମିଟି ଗଠନ କରାଗଲା I କମିଟି ରେ ଭକ୍ତ ବତ୍ସଳ ମହାନ୍ତି ଆବାହକ ଭାବେ ରହିଲା ବେଳେ ବୀର ନାଏକ ,କର୍ଣାଟ କିଶୋର ଜେନା ,ପ୍ରଫେସର ଡକ୍ଟର ବିମ୍ବାଧର ବେହେରା ,ପୁଷ୍ପହାସ ପଟ୍ଟନାୟକ ,ଆନନ୍ଦିକା ସାମନ୍ତରାୟ ,,ଗୋପାଳ ସାମନ୍ତରାୟ ,ବିନୋଦିନୀ ସାମଲ ,ବସନ୍ତ କୁମାର ଦାସ,କୃଷ୍ଣ ଜୁଆଙ୍ଗ ଇତ୍ୟାଦି କମିଟି ର ସଦସ୍ୟ ରହିଲେ I ଶେଷରେ ଭକ୍ତ ବତ୍ସଳ ମହାନ୍ତି ପୁଷ୍ପହାସ ପଟ୍ଟନାୟକ ଓ ଆନନ୍ଦିକା ସାମନ୍ତରାୟ ଙ୍କୁ ସର୍ବୋଦୟ ପତ୍ରିକାର ବାର୍ଷିକ ଗ୍ରାହକ କରାଇ ଥିଲେ I