
==========================================
ବେତନଟୀ -ମୋଟା ରେ ଆଦାୟ ହେଉଅଛି ଟଙ୍କା କିନ୍ତୁ ଉଚ୍ଚ ଅଧିକାରୀ ଜାଣି ଅଜଣା! ଘଟଣାଟି ଏହା ଯେ ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଠାରେ ଯାନବାହାନଙ୍କ ନିକଟରୁ ଶୁକ୍ଳ ଆଦାୟ ପାଇଁ ନିର୍ମିତ ଟୋଲ ପ୍ଲାଜା ରେ “ଫାସଟାକ୍” ଥିବା ସତ୍ତ୍ଵେ ଚାରି ଚକିଆ ଯାନ ଠାରୁ ଭାରୀ ଯାନ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଅଧିକ ଶୁକ୍ଳ ଆଦାୟ କରାଯାଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି କିନ୍ତୁ କିଛି ଫରକ ପଡ଼ୁନାହିଁ । ଅନ୍ୟ ଟୋଲ ପ୍ଲାଜା ତୁଳନାରେ ଏହି ପଦ୍ମନାଭପୁର ଟୋଲ ପ୍ଲାଜା ରେ ଅଧିକ ଶୁକ୍ଳ ନିର୍ଦ୍ଧାରିତ କାହିଁକି କରାଯାଇଛି ବୋଲି ଗାଡି ମାଲିକ ସହିତ ବୁଦ୍ଧିଜୀବୀ ମାନେ ଅଭିଯୋଗ ଆଣିଛନ୍ତି। ଏଥିସହିତ ଏଠାରେ ବ୍ୟାପକ ଅନିୟମିୟତା ମଧ୍ୟ କରାଯାଉଥିବାର କେତେକ ଚାଳକ ଙ୍କ ଠାରୁ ସୂଚନା ମିଳିଛି । ଏଇ କିଛି ଦିନ ତଳେ ଟାଟାରୁ ପାରାଦ୍ବୀପ ଯାଉଥିବା ଦୁଇଟି ଭାରି ଯାନ କୁ ଅଧିକ ଲୋଡ଼ ଥିବା ଦର୍ଶାଇ ଦିନ ସାରା ଅଟକ ରଖାଯାଇଥିଲା। ବିଳମ୍ବିତ ରାତିରେ ସେହି ଭାରିଯାନ ଦୁଇଟିର କଣ୍ଟାରେ ଓଜନ କରା ନ ଯାଇ, ଏବଂ ଫାସଟାକ୍ ଯାଞ୍ଚ୍ କରା ନଯାଇ ମୋଟା ଅଙ୍କର ଶୁକ୍ଳ ଆଦାୟ କରାଯାଇଥିବା ଦୁଇ ଚାଳକ ରଣଜିତ୍ ସିଂହ ଏବଂ ନିଖିଲ ଶର୍ମା ପ୍ରକାଶ କରିଛନ୍ତି। ପ୍ରତି ଦିନ ରାତିରେ ଏହି ଭଳି ଅନିୟମିୟତା ହେଉଥିବା ସେଠିକାର କାର୍ଯ୍ୟରତ କିଛି କର୍ମଚାରୀ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଦେଖାଯାଉ ଏଥି ପାଇଁ ରାଜପଥ କର୍ତ୍ତୃପକ୍ଷ କେତେ ଦୃଷ୍ଟି ଦେଉଛନ୍ତି ତାହା ଜାଣିବାକୁ ବାକି ରହିଲା ଦ
।