ବାଲେଶ୍ୱରରେ ଉଦଯାପିତ ହେଲା ଅମୃତକାଳ ସାଂସ୍କୃତିକ ସମାରୋହ:
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅନୁକୂଲ୍ୟରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ ଏଵଂ ଜିଲ୍ଲା ପ୍ରଶାସନ ସହଯୋଗରେ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନଠାରେ ଦୁଇଦିନବ୍ୟାପୀ ସାଂସ୍କୃତିକ ସମାରୋହ ଉଦଯାପିତ ହୋଇଯାଇଛି। ଏହି ଉଦଯାପନ ସନ୍ଧ୍ୟାର ସମ୍ମାନସ୍ପଦ ଅତିଥି ଥିଲେ ଜଉ କଣ୍ଢେଇ ର ବିଖ୍ୟାତ ଶିଳ୍ପୀ ଶ୍ରୀ କେଶୁ ଦାସ ଏଵଂ ଅନ୍ୟତମ ଅତିଥି ଥିଲେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି ପୀଠ ଫଟଚିତ୍ର ସଂଗ୍ରହାଳୟର ମୁଖ୍ୟ ତଥା କବି, ଲେଖକ ସର୍ବେଶ୍ୱର ଦାସ ଏଵଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ବିନୀ ରାଉତ ଯୋଗ ଦେଇ ସଂସ୍କୃତି ମନ୍ତ୍ରଣାଳୟ ଏଵଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ର କଳାକାର ମାନଙ୍କ ପାଇଁ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିବା ସହିତ ବାଲେଶ୍ୱରର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ।
ଦ୍ବିତୀୟ ସନ୍ଧ୍ୟାରେ ପ୍ରତିଭା ରାଣୀ କଳାକ୍ଷେତ୍ର ପକ୍ଷରୁ ଶିବ ତାଣ୍ଡବ ,କଳାକାର ଗ୍ରୁପ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରଚିତ ରେବତୀ ଗଳ୍ପକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ,ମାଆ ସାରଳା ପାଲା ଦଳ ପକ୍ଷରୁ ପାଲା ପରିବେଷଣ ,ବାଲେଶ୍ୱର କଳା ପରିଷଦ ପକ୍ଷରୁ ଆମ ଓଡ଼ିଆ ସଂସ୍କୃତି ଭିତ୍ତିକ ନୃତ୍ୟ,ମା ବାସନ୍ତୀ ଚଢ଼େଇଆ ନାଟ ଅନୁଷ୍ଠାନ ପକ୍ଷରୁ ଚଢ଼େଇଆ ନୃତ୍ୟ ପରିବେଷଣ କରିଥିଲେ।ଏହି ଅବସରରେ କଳାକାର ଗୋଷ୍ଠୀ ମୁଖ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
କେନ୍ଦ୍ର ସରକାର ଙ୍କ ସଂସ୍କୃତି ବିଭାଗ ଏଵଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା ପକ୍ଷରୁ କଳାକାର ଗୋଷ୍ଠୀ ମାନଙ୍କୁ ପ୍ରୋତ୍ସାହିତ ରାଶି ମଧ୍ୟ ପ୍ରଦାନ କରାଯାଉଛି।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
