ଶହୀଦ ଯବାନ କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ .
ବ୍ରହ୍ମପୁର –
ଜମ୍ମୁ କଶ୍ମୀରର ଉଧମପୁରରେ କାର୍ଯ୍ୟରତ ଜଣେ ଓଡ଼ିଆ ବିଏସ୍ଏଫ୍ ଯବାନ ଙ୍କ ଅକାଳ ବିୟୋଗ ଘଟିଥିଲା। ମୃତକ ଯବାନ୍ ହେଲେ ବ୍ରହ୍ମପୁର ଅଯୋଧ୍ୟା ନଗର ତୃତୀୟ ଲାଇନ୍ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ କୃଷ୍ଣଚନ୍ଦ୍ର ଜେନାଙ୍କ ପୁଅ ନାରାୟଣ ଚନ୍ଦ୍ର ଜେନା। ୧୯୯୭ ମସିହାରେ ନାରାୟଣ ବିଏସ୍ଏଫ୍ରେ ଯୋଗ
ଦେଇଥିଲେ | ବର୍ତ୍ତମାନ ସେ ଜମ୍ମୁକାଶ୍ମୀର ସ୍ଥିତ ଉଧମପୁରରେ କାର୍ଯ୍ୟରତ ଥିଲେ | କିଛି ଦିନ ହେବ ସେ ଅସୁସ୍ଥ ଥିଲେ | ଗତକାଲି ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା ଆଜି ପାର୍ଥିବ ଶରୀର ଅଯୋଧ୍ୟା ନଗର ସ୍ଥିତ ବାସଭବନରେ ପହଞ୍ଚିବା ପରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ପହଂଚି ଅନ୍ତିମ ଦର୍ଶନ କରି ଅମର ଆତ୍ମା ର ସତଗତି ପାଇଁ ପ୍ରାର୍ଥନା କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଶୋକାକୁଳ ପରିବାର କୁ ଶାନ୍ତନା ଦେବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଶୋକାକୁଳ ପରିବାର କୁ ଶକ୍ତି ପ୍ରଦାନ କରିବା ପାଇଁ ପ୍ରାର୍ଥନା କରିଥିଲେ | ଏହି ଖବର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଶହ ଶହ ଅଞ୍ଚଳବାସୀ ଦୁଃଖ ର ସମୟରେ ସ୍ୱର୍ଗତ ଜେନା ଙ୍କ ପରିବାରଙ୍କୁ ଶାନ୍ତନା ଦେଇଥିଲେ।
ଵି ଏସ ଏଫ ଯବାନ ମାନେ ମର ଶରୀର କୁ ଗାଡ଼ ଅଫ ହନୋର ଦେଇଥିଲେ ।
