**ନୂଆପଡା ଜିଲ୍ଲା ଉପ ନିର୍ବାଚନ ନେଇ କଂଗ୍ରେସ ପକ୍ଷ ରୁ ଖୁଣ୍ଟିଆ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ।*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଉପ ନିର୍ବାଚନ ନେଇ ବ୍ୟାପକ ପ୍ରଚାର ଚାଲିଅଛି। କଂଗ୍ରେସ ପକ୍ଷ ରୁ ଖୁଣ୍ଟିଆ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ, ନୂଆପଡ଼ା ମାଟିର ବିକାଶ ଏବଂ ଉପଯୁକ୍ତ ପ୍ରାର୍ଥୀ ନେଇ ଘୋଷଣା କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ ରେ ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାଶ ଯୋଗ ଦେଇ ଦଳ ଏବଂ ଦଳୀୟ ନେତା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିପୁଳ ଆପତ୍ତି ଅଭିଯୋଗ ରହିଥିବା ବେଳେ ତଥ୍ୟ ଏବଂ ପ୍ରମାଣ ମଧ୍ୟ ଥିବା ପ୍ରକାଶ କରିଥିଲେ। କଂଗ୍ରେସ ସରକାର ଥିବା ବେଳେ ଯାହା କରିଛନ୍ତି ତାର ହିସାବ ହେଇଥିବା ବେଳେ ଅନ୍ୟ ଦୁଇ ଦଳ ମଧ୍ୟ ତାଙ୍କ ସରକାର ଙ୍କ କାର୍ଯ୍ୟ କରିଥିବା ହିସାବ ଦେବାକୁ ଆହ୍ବାନ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁଧୀର ମିଶ୍ର, କଳାହାଣ୍ଡି ପୂର୍ବତନ ସାଂସଦ ପ୍ରାର୍ଥୀ ଦ୍ରୋପଦୀ ମାଝୀ, ସିପିଆଏମ୍ ନେତା ସନ୍ତୋଷ ପାଣିଗ୍ରାହୀ, ପ୍ରମୁଖ ଯୋଗ ଦେଇଥିଲେ।
