ନିଷ୍ଟ ବିଶ୍ୱବିଦ୍ୟାଳୟରେ ବୈଷୟିକଶିକ୍ଷା କର୍ମଶାଳା “ସଂକଳ୍ପ “ଉଦଯାପିତ।
ବ୍ରହ୍ମପୁର -ଗୋଳନ୍ଥରାସ୍ଥିତ ନିଷ୍ଟ ବିଶ୍ଵବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ବୈଷୟିକ ଶିକ୍ଷା କର୍ମଶାଳା “ସଂକଳ୍ପ “ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜିତ ହୋଇଥାଏ ଏବଂ ବୈଷୟିକ ଶିକ୍ଷା କର୍ମଶାଳା ସଂକଳ୍ପ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ବୈଷୟିକ ଶିକ୍ଷା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବା ସଙ୍ଗେସଙ୍ଗେ ସେମାନେ ଫାଇନାନ୍ସ ମେନାଜମେଣ୍ଟ କରିପାରନ୍ତି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଏବଂ କଲେଜ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି ବୋଲି ବିଶ୍ଵବିଦ୍ୟାଳୟ ର କୁଳପତି ଡ଼ଃ ପ୍ରିୟଦର୍ଶନ ପାତ୍ର କହିଥିଲେ।ବିଶ୍ଵବିଦ୍ୟାଳୟର ପ୍ରାୟ ୩୫୦୦ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ କୁ ଦୁଇଦିନ ଧରି ଉପଭୋଗ କରିବା ସହିତ ବିଶ୍ଵବିଦ୍ୟାଳୟରେ ଥିବା ୨୩କ୍ଲବ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବୋଲି ଡ଼ଃ ପ୍ରୀତିରଞ୍ଜନ ସାହୁ କହିଥିଲେ।ଏହି ଉଦଯାପନୀ ଉତ୍ସବ ରେ ବଲିଉଡ ଗାୟକ ଅମିତ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିବା ସହ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ଅଧକ୍ଷ ଡ଼ଃ ସୁକାନ୍ତ କିଶୋର ମହାପାତ୍ର,ଭାରପ୍ରାପ୍ତ କୁଳସଚିବ ଡ଼ଃ ବିଷ୍ଣୁକର ନାୟକ,ଡ଼ଃ ମାନବେନ୍ଦ୍ର ପାତ୍ର,ଡ଼ଃ ସସ୍ମିତା ପାଢ଼ୀ,ପ୍ରଫେସର ପୂର୍ଣ୍ଣଦୁ ମିଶ୍ର, ଡ଼ଃ ହରିକୃଷ୍ଣ ଗନ୍ତାୟତ,ଡ଼ଃ ବ୍ରଜକିଶୋର ମିଶ୍ର,ଡ଼ ଗାୟତ୍ରୀ ପଣ୍ଡା,ଡ଼ ଚାରୁଲତା ପଲାଇ,ଡ଼ ବରାଦ ପ୍ରସାଦ ସେଠି,ଡ଼ ରତିକାନ୍ତ ନାୟକ,ଡ଼ ଆକାଂକ୍ଷା ପଟ୍ଟନାୟକ, ପ୍ରଫେସର ଦୂର୍ଗାମାଧବ ପାଢ଼ୀ,ପିତାମ୍ବର ସାହୁ,ପ୍ରଫେସର ସରୋଜ ପାଢ଼ୀ,ସଂଜିତମହାନ୍ତି,ସୌମ୍ୟା ମୁଦୁଲି,ସନ୍ତୋଷ ନାୟକ, ପ୍ରଣୟ ରଥ,ସୁରେଶ ମହାପାତ୍ର,ପ୍ରମୁଖ ସହଯୋଗ କରିଥିଲେ।
