*ପୋଖରୀରେ ବୁଡି ଯୁବକ ମୃତ*
*******
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଗ୍ରାମର ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସୂଚନା ଅନୁଯାୟୀ ଗ୍ରାମର ରାମ ଦଳେଇଙ୍କ ପୁଅ କାଳିଆ ଦଳେଇ (୨୩ )ଆଜି ଅପରାହ୍ନରେ ଗ୍ରାମ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ଅସାବଧନତା ବଶତଃ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ। ଦ୍ଵିପ୍ରହର ସମୟରେ କାଳିଆ ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ଲୋକଙ୍କ ସମେତ ସାହି ପଡିଶା ବହୁ ଖୋଜାଖୋଜି କରିବାରେ କୌଣସି ସନ୍ଧାନ ପାଇ ପାରିନଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ଗ୍ରାମ ନିକଟରେ ଥିବା ପୋଖରୀରେ କାଳିଆର ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। କାଳିଆ ଜେନ ମେଳାପୀ , ଶାନ୍ତସରଳ, ମିଷ୍ଠଭାଷୀ , ପରୋପକାରୀ ଭାବେ ଅଞ୍ଚଳର ନିଜର ସ୍ଵତନ୍ତ୍ରଇମିସ ପରିଚୟ ସୃଷ୍ଟି କରିଥିଲେ। କାଳିଆର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
