ଛାଡ଼ି ଚାଲିଗଲେ ସର୍ବୋଦୟ କର୍ମୀ ଭଗବତୀ ମହାନ୍ତି
————————————————-
ବରିଷ୍ଠ ସମାଜ ସେବୀ ତଥା ଗାନ୍ଧୀ ବିଚାର ପରିଷଦ,ଓଡିଶା ର ଅଧ୍ୟକ୍ଷ ଭକ୍ତ ବତ୍ସଳ ମହାନ୍ତି ଙ୍କ ଧର୍ମପତ୍ନୀ ସର୍ବୋଦୟ କର୍ମୀ ଭଗବତୀ ମହାନ୍ତି ଙ୍କ କେନ୍ଦୁଝରଗଡ଼ , ସିଲୁଆଁ ଠାରେ ଗତ ୫ /୧୧/୨୫ ତାରିଖ ବୁଧବାର ଦିନ ଦେହାନ୍ତ ହୋଇଯାଇଛି I ତାଙ୍କ ମରଶରୀର ଢାଙ୍ଗରପଡା ଶ୍ମଶାନଘାଟ ଠାରେ ପଞ୍ଚଭୂତ ରେ ଲୀନ ହୋଇଯାଇଛି I ତାଙ୍କ ଏକ ମାତ୍ର ସୁପୁତ୍ର ଭାଗିରଥି ମହାନ୍ତି ମୁଖାଗ୍ନି ଦେଇଥିଲେ I ସମସ୍ତଙ୍କ ପ୍ରିୟ ଭଗବତୀ ଅପାଙ୍କ ଦେହାନ୍ତ ରେ ଏ ଅଂଚଳ ରେ ଶୋକର ଛାୟା ଖେଳିଯାଇଛି I
ଶବାଧାର ନିକଟରେ ତାଙ୍କର ସ୍ୱାମୀ ଭକ୍ତବତ୍ସଳ ମହାନ୍ତି, ଭଉଣୀ ବୈଦେହୀ ପାତ୍ର, ପ୍ରିୟଜନ, ପୁତୁରା, ଝିଆରୀ, ସିଟିଜେନ ଫୋରମର ହିମାଂଶୁ ଶେଖର କୁଅଁର, ସତ୍ୟରଞ୍ଜନ ସାମଲ, ପ୍ରଫୁଲ୍ଲ ସାହୁ, ସତ୍ୟଜିତ ସାମନ୍ତରାୟ, ଭୂମିକା ଚକ୍ଷୁ ଚିକିତ୍ସାଳୟର କର୍ଣ୍ଣାଟ କିଶୋର ଜେନା, ଚନ୍ଦନ ନାୟକ, ଲାଲିମା ଜେନା, ହିମାଂଶୁ ନାୟକ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ଡକ୍ଟର ବିମ୍ବାଧର ବେହେରା, ଜଗଜିତା ଦାସ, ସଞ୍ଜିବ ପାଇକରାୟ, ବାର୍ ଆସୋସିଏସନ୍ ସଭାପତି ଆଲୋକ ମହାନ୍ତ, ଦୟାନିସ୍ ମହାନ୍ତ, କଳ୍ପନା ସାମଲ, ପ୍ରିୟବ୍ରତ ସାମଲ, ସ୍ବସ୍ତି ଫାଉଣ୍ଡେସନ୍ ର ମାନସ ରଞ୍ଜନ ପଣ୍ଡା, ଆଇଡିଏର ସେବତୀ ସିଂ, ଆର.ଭି.ଡି.ଓ. ର ମନୋଜ ପରିଡା ଓ ସାମାଜିକ କର୍ମୀ ପର୍ଶୁରାମ ଜେନା, ରବିନ୍ଦ୍ର ମହାରଣା, ସନ୍ତୋଷ ଦାସ, ମନୋଜ କୁମାର ମହାନ୍ତ, ଲାଇଫ ସେଭର ଗ୍ରୁପର ଯୁବ ସ୍ଵେଚ୍ଛାସେବୀ, ପ୍ରଗତୀ ଫାଉଣ୍ଡେସନର ଯୁବ ସ୍ୱେଚ୍ଛାସେବୀ, ସାମାଜିକ କର୍ମୀ ସୁଧର ନନ୍ଦ, ଅନନ୍ୟା ଦାସ, ବିନିତା ରାମ ଉପସ୍ଥିତ ରହି ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ ।
ସର୍ବୋଦୟ ପରିବାରରେ ଅପୂରଣୀୟ କ୍ଷତି ଘଟିଲା ବୋଲି ସର୍ବୋଦୟ କର୍ମୀ ବିକାଶ ଦାସ, ଆଦିତ୍ୟ ପଟ୍ଟନାୟକ, ଗୁଜୁନ ମହାନ୍ତି, ମହିର ଦାସ ମହାପାତ୍ର ଓ ଧ୍ରୁବାନନ୍ଦ ଶରଣ ପ୍ରମୁଖ ଜଣାଇଛନ୍ତି ।
