*କଂଗ୍ରେସ ଦଳ ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଜିତାଇବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ନିବେଦନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡ଼.ରାମଚନ୍ଦ୍ର ଖୁଣ୍ଟିଆ,ପ୍ରାକ୍ତନ ସାଂସଦ ନିବେଦନ କରିଛନ୍ତି। ଶ୍ରୀ ଘାସିରାମ ମାଝୀ ଜଣେ ଯୋଗ୍ୟତମ ପ୍ରାର୍ଥୀ ଓ ସ୍ଥାନୀୟ ଆଦିବାସୀ ସଂପ୍ରଦାୟର ଜଣେ ଟାଣୁଆ ପ୍ରତିନିଧି,ଗତ ନିର୍ବାଚନରେ ନିର୍ଦଳୀୟ ପ୍ରାର୍ଥୀ ହୋଇ ମଧ୍ୟ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ ଓ ଦ୍ୱିତୀୟ ସ୍ଥାନରେ ଅଧିକାର କରିଥିଲେ। ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭାର ବିରୋଧି ଦଳର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଅଜୟ କୁମାର ଲାଲ୍ଲୁ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ତାଙ୍କୁ ଦଳର ପ୍ରାର୍ଥୀ ରୂପେ ମନୋନୀତ କରିଛନ୍ତି। ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ କମିଟି ଓ ଓଡ଼ିଶା ରାଜ୍ୟ କମିଟି, ଶ୍ରମିକ ଓ କର୍ମଚାରୀ ବିରୋଧୀ ବିଜେପି ଓ ବିଜେଡି ସରକାରଙ୍କୁ ହରାଇ କଂଗ୍ରେସ ଦଳର ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ନିଆଯାଇଛି। ନୂଆପଡ଼ାର ସମସ୍ତ ଶ୍ରମିକ କର୍ମଚାରୀ ଓ ଚାଷୀମୂଲିଆ,ଅନୂସୂଚିତଜାତି, ଜନଜାତି ଓ ପଛୁଆବର୍ଗ ବହୁ ସଂଖ୍ୟାରେ ଭୋଟ ଦେବା ପାଇଁ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଶ୍ରୀ ଘାସିରାମ ମାଝୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖା ତରଫରୁ ସଭାପତି ଡ଼.ରାମଚନ୍ଦ୍ର ଖୁଣ୍ଟିଆ ନିବେଦନ କରିଛନ୍ତି।
