*ନୂଆପଡ଼ା ଉପ ନିର୍ବାଚନ ପାଖେଇ ଆସୁଅଛି। ପ୍ରଚାର ମଧ୍ୟ ତିନି ପ୍ରମୁଖ ଦଳ କର୍ମୀ ନେତା ଏବଂ ପ୍ରାର୍ଥୀଙ୍କ ମଧ୍ୟରେ ଅଜବ ଊତ୍ସହ ଦେଖିବାକୁ ମିଳେ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ନିର୍ବାଚନ ମାଣ୍ଡଲୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପାଖେଇ ଆସୁଅଛି। ପ୍ରଚାର ମଧ୍ୟ ତିନି ପ୍ରମୁଖ ଦଳ କର୍ମୀ ନେତା ଏବଂ ପ୍ରାର୍ଥୀଙ୍କ ମଧ୍ୟରେ ଅଜବ ଉତ୍ସହ ଦେଖିବାକୁ ମିଳେ। ଆଜି ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ନିର୍ବାଚନ ପ୍ରଚାର ବ୍ୟାପକ ଏବଂ ସରଗରମ କରିଛନ୍ତି। ସେ ନୂଆପଡ଼ା ବ୍ଲକ୍ ର ୭ ଏବଂ ୮ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ରେ ନିର୍ବାଚନ ପ୍ରଚାର କରିଛନ୍ତି। ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଖରୀଆର ରୋଡ ଠାରେ ଏକ ଚାଏ ପେ ଚର୍ଚ୍ଚା ରେ ଯୋଗ ଦେଇ ଖରୀଆର ରୋଡ ନାଗରିକ ମଞ୍ଚ ଏବଂ ନଗର ଅଧ୍ୟକ୍ଷା ସହ ଆଲୋଚନା କରିଥିଲେ। ବିଜେପି ସପକ୍ଷ ରେ ବ୍ୟାପକ ଭୋଟର ଥିବା ପ୍ରକାଶ କରି ନିର୍ବାଚନ ରେ ବିଜୟୀ ହେବା ନେଇ ଦୃଢ଼ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି।
