ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଓ ସରପଞ୍ଚଙ୍କ ବିବାଦ,ଥାନାରେ ମାମଲା ।
( ତୁରନ୍ତ ପଦକ୍ଷେପ ଅଧ୍ୟକ୍ଷାଙ୍କ ସ୍ୱାମୀ କୋର୍ଟ ଚାଲାଣ ଓ ପରେ ବେଲ୍ ) ( ଦଳିତ ସମାଜର ପ୍ରତିବାଦରେ ଦୁଇଦିନ ପରେ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ କେଶ ପୋଲିସ କରିଲା ପଞ୍ଜିକରଣ ) ବହୁ ଚର୍ଚ୍ଚିତ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କ ଅନାସ୍ଥା ସ୍ଥଗିତ ପରେ ରାଜନୈତିକ ରାଗ ବ୍ୟକ୍ତିଗତ ସ୍ତରରେ ପହଁଚିଛି । ତେବେ ଅଧକ୍ଷାଙ୍କ ସ୍ୱାମୀଙ୍କୁ ଜଣେ ସରପଞ୍ଚଙ୍କ ସହ ବିବାଦକୁ ଟଣାଇ ସାମାନ୍ୟ ଯୁକ୍ତିତର୍କକୁ ନେଇ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ କୋର୍ଟକୁ ଟଣାଇବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଖବରରୁ ପ୍ରକାଶ ଯେ, ଅଧ୍ୟକ୍ଷାଙ୍କ ସ୍ୱାମୀ ଓ ସରପଞ୍ଚଙ୍କ ଥାନାରେ ଏତଲା ଅନୁଯାଇ ଗତ ମଙ୍ଗଳବାର ଦିନ ଅଧ୍ୟକ୍ଷଙ୍କ ସ୍ୱାମୀ ପ୍ରଶାନ୍ତ ନାୟକ ଓ ଗଣ୍ଡାନାଳୀ ପଞ୍ଚାୟତ ସରପଞ୍ଚ ସୁନୀଲ ସ୍ୱାଇଁ କୌଣସି କାରଣରେ ବ୍ଲକ ଅଫିସ ଆସିଥିବାବେଳେ ପ୍ରଶାନ୍ତ ତାଙ୍କ ଠାରୁ ନେଇଥିବା ଟଙ୍କା ମାଗିଥିଲେ ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚଵାଚ ହୋଇଥିଲା ଏବଂ ସରପଞ୍ଚ ସୁନୀଲ ଉଚ୍ଚଵାଚକୁ ନେଇ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ । ତେବେ ସୁନୀଲଙ୍କ କହିବା ଅନୁଯାଇ ପ୍ରଶାନ୍ତ ନାୟକ ତାଙ୍କୁ ଟଙ୍କା ମାଗି ଗାଳିଗୁଲଜ କରିଥିଲେ । ତେବେ ତାପର ଦିନ ପ୍ରଶାନ୍ତଙ୍କୁ ଟଙ୍କା ନଫେରାଇବା,ଜାତିଆଣ ଆକ୍ଷେପ କରି ଧମକଚମକ ଦେବାକୁ ନେଇ ପ୍ରଶାନ୍ତ ନାୟକ ମଧ୍ୟ ହିନ୍ଦୋଳ ଥାନାରେ ଅଭିଯୋଗ କରିଥିଲେ ମାତ୍ର ପ୍ରଶାନ୍ତଙ୍କ ଅଭିଯୋଗ ପଞ୍ଜିକୃତ ନକରି ସୁନୀଲଙ୍କ ଅଭିଯୋଗ ପଞ୍ଜିକୃତ କରାଯାଇଥିଲା । ତେବେ ଉଭୟଙ୍କୁ ଆଲୋଚନା ପାଇଁ କହି କେବଳ ପ୍ରଶାନ୍ତ ନାୟକଙ୍କୁ ଥାନାକୁ ଦିନସାରା ବସାଇ ରଖିବା ସୁନୀଲଙ୍କ ଅଭିଯୋଗକୁ ତଦନ୍ତକରି ଦିନସାରା ଆଲୋଚନା କରିବାକୁ କହି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଶାନ୍ତକୁ ଅଟକ ରଖି ତରବରିଆ ଭାବରେ ପଞ୍ଜିକରଣ କରାଯାଇ ହିନ୍ଦୋଳ ଥାନା କେଶ ନଂ ୩୦୧/୨୦୨୫ରେ ବିଏନଏସ ଦଫା ୧୨୬(୨),୩୦୮(୩),୨୯୬ ଓ ୩୫୧(୨) ରେ ମାମଲା ରୁଜ୍ଜକରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲେ। ତେବେ ମାନ୍ୟବର ହିନ୍ଦୋଳ କୋର୍ଟ ତୁରନ୍ତ ପ୍ରଶାନ୍ତଙ୍କ ଜାମିନ ମଞ୍ଜୁର କରିଥିଲେ । ତେବେ ପ୍ରଶ୍ନ ଉଠେ ପୂର୍ବରୁ ଅଧ୍ୟକ୍ଷା ଦେଇଥିବା କେଶ ଦୁଇମାସରୁ ଉର୍ଦ୍ଧ ସମୟ ଧରି ତଦନ୍ତ ସରି ନଥିବାବେଳେ ଗୋଟିଏ ଦିନରେ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ବିରୋଧରେ କେଶ ତଦନ୍ତ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏବଂ ପ୍ରଶାନ୍ତଙ୍କ ବିରୋଧରେ ଲାଗିଥିବା ଦଫାରେ ବିଏନଏସ ୩୫(ଏ) ଅନୁଯାଇ କେବଳ ଥାନାରେ ନୋଟିସ କରି ଛାଡ଼ିଦେବା କଥା ମାତ୍ର ଏହା କରାନଯାଇ କୋର୍ଟ ଚାଲାଣ କରାଯାଇଥିଲା ଏବଂ ପ୍ରଶାନ୍ତଙ୍କ କେଶ କାହିଁକି ସାଙ୍ଗେ ସାଙ୍ଗେ ପଞ୍ଜିକରଣ କରାଗଲା ନାହିଁ ଯାହା ପ୍ରଶ୍ନବାଚୀ ସୃଷ୍ଟି କରିବାସହ ତଦନ୍ତ ସକ୍ଷେପ ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଓ ସାମାନ୍ୟ କଥାରେ ବିଭିନ୍ନ କେଶରେ କୋର୍ଟ ଚାଲାଣ କରାଯିବା ନ୍ୟାୟସଂଗତ ନୁହେଁ ବୋଲି ଜନସାଧାରଣ ମତ ଦିଅନ୍ତି । ତେବେ ଦଳିତମଞ୍ଚର ପ୍ରାୟ ୧୫୦ରୁ ଉର୍ଦ୍ଧ ଜନସାଧାରଣଙ୍କ ପ୍ରତିବାଦରେ ଦୁଇଦିନ ପରେ ବାଧ୍ୟ ହୋଇ ପୋଲିସ ପ୍ରଶାନ୍ତଙ୍କ ଅଭିଯୋଗକୁ କେଶନଂ ୩୦୪/୩୧-୧୦-୨୦୨୫,ବିଏନଏସ ଦଫା ୨୯୬,୩୫୨(୨), ଦଫା ୩ ହରିଜନ ଆଦିବାସୀ ନିରୋଧ ଆଇନରେ ପଞ୍ଜିକରଣ କରିଥିବାବେଳେ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବବୋଲି ଦଳିତ ସମାଜର ପ୍ରମୁଖ ବ୍ୟକ୍ତିବିଶେଷ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରପଞ୍ଚ ସୁନୀଲଙ୍କ କ୍ଷେତ୍ରରେ ପୋଲିସ ତତକ୍ଷଣାତ ଯେମିତି ତତ୍ପରତା ଦେଖାଇ ଅଧ୍ୟକ୍ଷାଙ୍କ ସ୍ୱାମିଙ୍କ ଉପରେ ପଦକ୍ଷେପ ନେଇଥିଲେ ନିରପେକ୍ଷତା ଅବଲମ୍ବନ କରାଯାଇ ପ୍ରଶାନ୍ତ ଅଭିଯୋଗ ଆଧାରରେ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
